ଯାଜପୁରଟାଉନ/ସଦର: ଜଣେ ଦୁଷ୍କର୍ମକାରୀକୁ ଆଡ୍ହକ୍ ଫାଷ୍ଟଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ଯତିନ୍ଦ୍ର ମୋହନ ବେହେରା ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି। ଗତ ୨୦୧୮ ମସିହାରେ ଜଣେ ଯୁବତୀଙ୍କୁ ଯାଜପୁର ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ସନାତନ କବିଙ୍କ ପୁଅ ପ୍ରକାଶ(୨୪) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ୫ ମାସ ପରେ ପୀଡ଼ିତା ଗର୍ଭବତୀ ହେବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ତାଙ୍କ ବାପା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍ ନମ୍ବର ୨୨୯/୧୮ରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଚୂଡ଼ାନ୍ତ ଶୁଣାଣି କରିବା ପରେ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୦ ହଜାର ଟଙ୍କାର ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦେୟରେ ଅଧିକ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୈଳେନ୍ଦ୍ର କୁମାର ସାମଲ କେସ୍ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/tment-can-i-go-to-rehab-instead-of-jail-article-photo-hands-of-prisoner-1.jpg)