ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ଆଡହକ୍ ଅତିରିକ୍ତ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସେହିପରି ଜରିମାନା ବାବଦକୁ ୨୦ହଜାର ଟଙ୍କା ଦେବାକୁ ନିର୍ଦେଶ ଦେବା ସହ ଅନାଦେୟ ଆହୁରି ଅଧିକା ୧୨ମାସ ସଶ୍ରମକାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୭ମସିହା ମେ ମାସରେ ବୋରିଗୁମ୍ମା ବ୍ଲକର ବିସିଂପୁର ଥାନା ଅର୍ନ୍ତଗତ ଗୁମୁଡ଼ା ଗ୍ରାମର କୁନୁ ମୁଦିଲିଙ୍କ ପୁଅ ବାବୁଲି ମୁଦୁଲି ଉକ୍ତ ଥାନା ଅଂଚଳର ଜୈନେକା ୧୬ ବର୍ଷିୟା ନାବାଳିକା ସହ ପ୍ରେମସଂପର୍କ ସ୍ଥାପନ କରିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ୧୦ମାସର ଗର୍ଭବତୀ କରି ଦେଇଥିଲେ। ନାବାଳିକା ଜଣକ ଏସଂପର୍କରେ ନିଜ ମା’ଙ୍କୁ ଜଣାଇଥିଲେ। ଗାଁରେ ଗତ ୨୦୧୮ମସିହା ମାର୍ଚ୍ଚ ୧୦ତାରିଖ ଦିନ ଏକ ସଭା କରାଯାଇଥିଲା। ସଭାରେ ଅଭିଯୁକ୍ତ ବାବୁଲିଙ୍କ ପରିବାର ନାବାଳିକାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ୨୦୧୮ମସିହା ମାର୍ଚ୍ଚ ୧୩ତାରିଖ ଦିନ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗ ବିସିଂପୁର ଥାନାର ଦ୍ବାରସ୍ଥ ହୋଇ ଏନେଇ ଅଭିଯୋଗ କରିଥିଲେ। ତତ୍କାଳୀନ ଥାନା ଆଇଆଇସି ଆର୍ .ବିଜୟ କୁମାର ଘଟଣାର ତଦନ୍ତ କରି ଅଭିଯୁକ୍ତ ବାବୁଲିଙ୍କ ବିରୋଧରେ ଆଇପିସି ଦଫା ୩୭୬(୨)(ଆଇ) ଓ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲେ।

ଏହି ମାମଲାରେ ୧୪ଜଣ ସାକ୍ଷ୍ୟ ଦେଇଥିଲେ। ଏହି ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ବାବୁଲିଙ୍କ ବିରୋଧରେ ଆଇପିସି ଦଫା ୩୭୬(୨)(ଆଇ)ରେ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ବାବଦକୁ ୧୦ହଜାର ଦେବାକୁ ରାୟ ଦେଇଛି ମାନ୍ୟବର କୋର୍ଟ। ଜୋରିମାନା ଅନାଦେୟ ଆଉ ୬ମାସ ସଶ୍ରମକାରାଦଣ୍ଡରେ ଦଣ୍ଡିତ ହେବାକୁ ନିର୍ଦେଶ ଦେଇଛନ୍ତି। ୬ ପୋକ୍ସୋ ଆକ୍ଟରେ ୧୦ବର୍ଷ ସଶ୍ରମକାରାଦଣ୍ଡାଦେଶ ସହ ଜରିମାନା ବାବଦକୁ ୧୦ହଜାର ଓ ଅନାଦେୟ ଆଉ ୬ମାସ ସଶ୍ରମକାରାଦଣ୍ଡରେ ଦଣ୍ଡିତ ହେବାକୁ ରାୟ ଦେଇଛନ୍ତି। ଉଭୟ ଦଣ୍ଡ ଏକା ସହ ଚାଳିବ। ତେବେ ଜୋରିମାନା ୨୦ହଜାର ଏବଂ ଜରିମାନା ଅନାଦେୟ ୧୨ମାସ ସଶ୍ରମ କାରାଦଣ୍ଡ ରହିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି। ଏହି ମାମଲାର ବିଚାର ଚାଳିଥିବା ସମୟରେ ମାନ୍ୟବର କୋର୍ଟର ନିର୍ଦେଶ କ୍ରମେ ସହ ସରକାରଙ୍କ ପକ୍ଷରୁ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତା ନାବାଳିକାଙ୍କୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଡ.ବି.ଗାୟତ୍ରୀ ଦେବୀ ପରିଚାଳନା କରୁଥିଲେ।

 

 

ସମ୍ବନ୍ଧିତ ଖବର