ବାଲେଶ୍ୱର: ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପକସୋ ଅଦାଲତର ସ୍ୱତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଭାବଗ୍ରାହୀ ଦାସଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ୧ ବର୍ଷ ଅଧିକ ଜେଲଦଣ୍ଡ ଆଦେଶର ଶୁଣାଣି ହୋଇଛି।
ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ଅଧିନ ବଟେଶ୍ୱର ଗ୍ରାମର ଭାବଗ୍ରାହୀ ଦାସ ତାଙ୍କ ଘରେ ଏକ ନାବାଳିକାଙ୍କୁ ଘରୋଇ କାମରେ ଲଗାଇଥିଲେ। କାର୍ଯ୍ୟରେ ଅବହେଳାରେ ତାଙ୍କୁ ମାନସିକ ନିର୍ଯାତନା ସହ ଦୁଷ୍କର୍ମ କରିଥିଲେ। ଏହି ଖବର ପାଇ ଖଇରା ଚାଇଲଡ଼ ଲାଇନ ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ମାମଲା ଦେଇଥିଲେ। ଚାଇଲଡ଼ ଲାଇନର ଅଭିଯୋଗ କ୍ରମେ କେସ ନମ୍ବର ୧୫୧/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲା ପୋକସୋ ଅଦାଲତରେ ବିଚାରାଧୀନ ଥିଲା। ଆଜି ଅପରାହ୍ଣରେ ମାନ୍ୟବର ବିଚାରପତି ଏହି ମାମଲାର ଶୁଣାଣି କରି ଦୋଷୀକୁ ଦଣ୍ଡାଦେଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)