ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ତ୍ବରିତ ନ୍ୟାୟ ମିଳିଛି। ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେ। ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଥାନା ଅଧିନରେ ଗୋଟିଏ ଗାଁରେ ଚଳିତ ବର୍ଷ ଜାନୁଆରି ମାସ ୨୬ ତାରିଖ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ବିବାହିତା ମହିଳାଙ୍କ ଘରକୁ ସେହି ସୁଧୀର ହରୀଜନ ନାମକ ଜଣେ ଯୁବକ ପଶିଥିଲା। ମହିଳାଙ୍କୁ ପାଟିକୁ ଧରି ଜୋରଜବରଦସ୍ତ ବଳତ୍କାର କରିଥିବା ନେଇ ଗତ ଜାନୁଆରି ୨୭ ତାୟରିଖ ଦିନ ମହିଳା କୋଷାଗୁମୁଡା ଥାନାରେ ଏତଲା ଦେଇଥିଲେ।

Advertisment

ପୀଡିତା ମହିଳାଙ୍କ ଏତଲାକୁ ଆଧାର କରି କୋଷାଗୁମୁଡା ଥାନା ପକ୍ଷରୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଧିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ କେସ ନଂ ସିଟି ୧୬/୨୨ ରେ ମାମଲା ବିଚରାଧିନ ରହିଥିଲା। ଜିଲ୍ଲାଦୌରା ଜଜ୍ ସଂଜୀବ ଦୁବେ ଏହି ମାମଲାରେ ୮ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୁଧୀର ହରୀଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଜାମିନରେ ଆସିଥିବା ଅଭିଯୁକ୍ତ ସୁଧିର କୁ ପୁଣି ଥରେ ଜେଲ୍ ହାଜତକୁ ପଠାଇଦେଇଛନ୍ତି। ଏହି ମାମଲାକୁ ପବ୍ଲିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ବାଇଁ ପରିଚାଳନା କରୁଥିଲେ।