ବଲାଙ୍ଗୀର: ବଲାଙ୍ଗୀର ସହରର ମେଟକାନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କୁଖ୍ୟାତ ଅପରାଧୀ ସୌମ୍ୟ ସୌମ୍ୟରଞ୍ଜନ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ସନ୍ଧ୍ୟାରେ ବଲାଙ୍ଗୀର ସହର ମାଳପଡାସ୍ଥିତ ମେଟକାନି ମନ୍ଦିର ନିକଟରେ କୁଖ୍ୟାତ ଅପରାଧୀ ସୌମ୍ୟ ବୁଲୁଥିଲେ। ଏହି ଖବର ପାଇ ୧୦ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଅତର୍କିତ ଭାବେ ସୌମ୍ୟକୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ।
ସୌମ୍ୟ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଖବର ପାଇ ପୁଲିସ ଗୁରୁତର ଅବସ୍ଥାରେ ସୌମ୍ୟକୁ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ସୌମ୍ୟଙ୍କ ବିରୋଧରେ ଡକାୟତି, ହତ୍ୟା ଭଳି ଗୁରୁତର ଅଭିଯୋଗ ରହିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।