ରାଇରଙ୍ଗପୁର: ଅଲଚିକି ଭାଷାର ଶ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସହଯୋଗୀ କୋଏଲ୍ ପଂଚାନନ ମାର୍ଣ୍ଡିଙ୍କ ଜନ୍ମ ଦିବସ ପାଳନ ନିମନ୍ତେ ବିଜାତଳା ବ୍ଲକ ରାଇହରି ଗ୍ରାମପଂଚାୟତର ଏକଡାଳି ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜାତଳା ବ୍ଲକ୍ ୩୨ ନଂ ଜୋନର ଜେଏମଏମ ଦଳର ଜିଲ୍ଲାପରିଷଦ ସଭ୍ୟା ମିନା ସୋରେନଙ୍କ ସଭାପତିତ୍ୱରେ ଏହି ବୈଠନକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ରାଇହରି ପଂଚାୟତର ଶତାଧିକ ଜନସାଧାରଣ ଏବଂ ଆସେକାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Advertisment

ବୈଠକରେ ଅଲଚିକି ଭାଷାର ଶ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଅଲଚିକି ଭାଷା ଉଦ୍ଭାବନ କରିବାରେ ଏକଡାଳି ଗ୍ରାମର ସାନ୍ତାଳି କବି ଏବଂ ଆଦିବାସୀ ସମ୍ପ୍ରଦାୟର ପଥ ପ୍ରଦର୍ଶକ କୋଏଲ୍ ପଂଚାନନ ମାର୍ଣ୍ଡିଙ୍କୁ ଅଣଦେଖା କରାଯାଉଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ଚଳିତ ବର୍ଷ କୋଏଲ୍ ପଂଚାନନ ମାର୍ଣ୍ଡିଙ୍କ ୧୦୦ତମ ଜନ୍ମବାର୍ଷିକୀ ତାଙ୍କ ଜନ୍ମସ୍ଥାନ ଏକଡାଳି ଗ୍ରାମରେ ୧୫ ଜୁଲାଇ ୨୦୨୩ରେ ପାଳନ କରାଯିବା ନେଇ ଆଲୋଚନା ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେବେ ବୋଲି ଜିଲ୍ଲା ପରିଷଦ ସଭ୍ୟା ତଥା ମିନା ସୋରେନ ଏବଂ କୋଏଲ୍ ପଂଚାନନ ମାର୍ଣ୍ଡି ମେମୋରିଆଲ କମିଟୀ ପକ୍ଷରୁ ନିବେଦନ କରାଯାଇଛି ।