ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମନ୍ତ୍ରିମଣ୍ଡଳଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଶହେ ଦିନର ରୋଡମ୍ୟାପ ଦେଇଛନ୍ତି। ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ମନ୍ତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି। ଏହାଛଡା ଲୋକଙ୍କ ପାଖରେ ପଂହଚିବା ପାଇଁ ବି ପରାମର୍ଶ ଦେଇଛନ୍ତି। ମୋଟ ଉପରେ ଆଜିର ବୈଠକରେ ଶହେ ଦିନର ଖସଡା ପ୍ରସ୍ତୁତ ହୋଇଛି।

Advertisment

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ୧୦୦ ଦିନର ରୋଡମ୍ୟାପ ଦେଇଛନ୍ତି। ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ ମାଗିଛନ୍ତି। ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ପହଞ୍ଚାଇଛନ୍ତି। ଲୋକ-ସରକାର ଭିତରେ ଥିବା ପାଚେରୀକୁ ଭାଙ୍ଗି ଲୋକଙ୍କ ପାଖରେ ପଂହଚିବା ପାଇଁ ପରାମର୍ଶ। ସମୀକ୍ଷା ପରେ ନିଜ ନିଜ ବିଭାଗର କାମକୁ ଆଗକୁ ବଢାଇବାକୁ କହିଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କରିବା ପରେ ମୁଖମନ୍ତ୍ରୀ ମୋହନ ମାଝୀ ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଥିଲେ। ଏହି ଗସ୍ତରେ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଥିଲେ। ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ‌ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଭଳି ବିଜେପିର ତୁଙ୍ଗନେତାଙ୍କୁ ଭେଟି ଶାସନ ସମ୍ପର୍କରେ ଗୁରୁମନ୍ତ୍ର ଆଣିଥିଲେ। ଆଉ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।

ମନ୍ତ୍ରୀମଣ୍ଡଳରେ ଅନେକ ନୂଆ ଚେହେରା ଥିବାରୁ ମନ୍ତ୍ରୀ ଯେଭଳି ପ୍ରଭାବଶାଳୀ ଢଙ୍ଗରେ କାମ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି। ବିଶେଷକରି ତୃଣମୂଳସ୍ତରରେ ଯୋଜନା ପଂହଚିବା ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଥିବା ଚର୍ଚ୍ଚା ହେଉଛି। ନୂଆ ସରକାର ଶପଥ ନେବାର ମାତ୍ର ୩ ସପ୍ତାହ ହୋଇଛି  ଆଉ ନୂଆ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା କରି ତଥ୍ୟ ନେଇଛନ୍ତି। ଏବେ ଆଗକୁ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ବଡ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି।