ବାଲେଶ୍ୱର: ଜାତୀୟ ରାଜପଥ-୧୬ ନିକଟସ୍ଥ ଖନ୍ତାପଡ଼ା ଥାନା ଅଂଚଳରେ ଥିବା ପଣପଣା ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବାରୁ ପ୍ରାୟ ୧୦୦ ଜଣ ଶ୍ରମିକ ଅସୁସ୍ଥ ହୋଇପଡିିଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ଗୁରୁତର ଭାବେ ଅସୁସ୍ଥଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏବେ ସମସ୍ତ ଅସୁସ୍ଥଙ୍କୁ ଖନ୍ତପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସ୍ଥାନାନ୍ତର କରାଯାଇ ବାଲେଶ୍ୱର ମେଡିକାଲରେ ଚିକିତ୍ସା କରାଯାଉଛି।
/sambad/media/post_attachments/wp-content/uploads/2019/11/vlcsnap-2019-11-13-22h10m05s540-300x165.png)
ମିଳିଥିବା ସୂଚନା ଅନୁସାରେ ଖନ୍ତାପଡା ଅଞ୍ଚଳରେ ଥିବା ପଣପଣା ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ପ୍ରାୟ ୧୦୦ ଜଣ ମହିଳା କର୍ମଚାରୀ ଅଣନିଶ୍ୱାସୀ ହୋଇ ଅସୁସ୍ଥ ହୋଇପଡିଥିଲେ। ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ସମସ୍ତଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଜାରି ରହିଛି। ଇତିମଧ୍ୟରେ ବାଲେଶ୍ୱର ଜିଲ୍ଲାପାଳ ମେଡିକାଲରେ ପହଞ୍ଚିଛନ୍ତି। ଜିଲ୍ଲାପାଳଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବାରୁ ପ୍ରାୟ ୧୦୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ବାଲେଶ୍ୱର ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବାହାରୁ ଅଧିକ ଡାକ୍ତରଙ୍କୁ ଡକାଯାଇଛି। ମୟୂରଭଞ୍ଜ ଓ କଟକରୁ ଅଧିକ ଡାକ୍ତରଙ୍କୁ ଡକାଯାଇଥିିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହିତ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।।
ତେବେ ଗ୍ୟାସ୍ ଲିକ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଫାଲକନ ମୁଖ୍ୟ ତାରା ପଟ୍ଟନାୟକ। ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ହୋଇନଥିବା ଏବଂ ବ୍ଲିଚିଂ ପାଇଁ ଏପରି ଅଘଟଣ ଘଟିଛି ବୋଲି କହିଲେ ଫାଲକନ ମୁଖ୍ୟ। । କମ୍ପାନୀ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ଏବଂ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bls-1-750x430-1.jpg)