ପୁରୀ: ଚଳିତ କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ହବିଷ୍ୟାଳିମାନଙ୍କ ମଧ୍ୟରୁ ଅନେକ କିଛି ନା କିଛି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ୁଛନ୍ତି। ଗତ ୮ ଦିନରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ଶହେ ଟପିଗଲାଣି। ଖାଦ୍ୟପେୟରେ ଅନିୟମିତତା ଏବଂ ବୟସାଧିକ କାରଣରୁ ହବିଷ୍ୟାଳିମାନେ ବିଭିନ୍ନ ରୋଗରେ ପଡୁଛନ୍ତି। ଜ୍ବର, ମଧୁମେହ, ଉଚ୍ଚ ରକ୍ତଚାପ, ଶାରୀରିକ ଦୁର୍ବଳତା, ଛାତି ଯନ୍ତ୍ରଣା, ଆଖିକାନଜନିତ ସମସ୍ୟାକୁ ନେଇ ଆଜି ୧୩ ଜଣ ହବିଷ୍ୟାଳି ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ଷ୍ଟେସନ ପାଖ ହବିଷ୍ୟାଳି କେନ୍ଦ୍ରରେ ରହୁଥିବା ବାଲେଶ୍ବର ନୂଆବଜାର ଅଞ୍ଚଳର ଶାନ୍ତିଲତା ବ୍ରହ୍ମା (୫୨), କଣାସ ବ୍ଳକ କେଶରପୁର ଅଞ୍ଚଳର ଅହଲ୍ୟା ଜୟସିଂ (୭୩), ମୁଳବସନ୍ତ ଶାନ୍ତିଧାମ ନିବାସୀ ଇନ୍ଦୁମତି ସ୍ବାଇଁ (୫୩), ଉଜୟିନୀପଡ଼ାର ଝୁଲ ବେୱା (୬୫), ଜଗତସିଂହପୁର ତ୍ରିଲୋଚନପୁର ଅଞ୍ଚଳର ଶକୁନ୍ତଳା ଚଇନି (୭୦), କଣାସ ବାଲିପାଟଣା ଅଞ୍ଚଳର ସୁଲୋଚନା ସୁବୁଦ୍ଧି (୬୨), କଳାମାଟି ଅଞ୍ଚଳର କାଜି ମହାପାତ୍ର (୬୫), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଗୁଣ୍ଠୁଣି ଅଞ୍ଚଳର ରେଣୁ ପରିଡ଼ା (୩୯), ସାଲଧରିଆ ନିବାସୀ ଦୁଃଖୀ ପତି (୬୫), ରାଣିପଡ଼ା ଅଞ୍ଚଳର କନ୍ତିଆ ଦେଇ (୫୩), ପୁରୀ ଗୁଡ଼ିଆ ସାହିର ରୁପେଇ ପ୍ରଧାନ (୭୬), ଦୋଳ ବେଦି ସାହିରେ ରହୁଥିବା ଗଞ୍ଜାମ ଜିଲ୍ଲା ଖଲିକୋଟ ନିବାସୀ ତୁଳସୀ ପଲାଇ (୭୦) ଓ ଅପସରା ପଲାଇ (୮୦)।
ଗୁରୁତର ହବିଷ୍ୟାଳିଙ୍କ ସଂଖ୍ୟା ୧୦୦ ଟପିଲା
/sambad/media/post_attachments/wp-content/uploads/2018/11/Habisyali-Ashrayasthayali2-1.jpg)