ଭଲ ଖବର: ଓବିସି-ଏସ୍‌ଇବିସି ଛାତ୍ରଛାତ୍ରଙ୍କ ପାଇଁ ୧୮୫ କୋଟିରେ ନିର୍ମାଣ ହେବ ୧୦୦ ଟି ହଷ୍ଟେଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

ଭୁବନେଶ୍ୱର: ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ-ଶୈକ୍ଷିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ରାଜ୍ୟ ସରକାର ହୃଦୟଙ୍ଗମ କରି ପାରିଛନ୍ତି। ଏଥି ପାଇଁ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୦୦ଟି ହଷ୍ଟେଲ ପ୍ରତିଷ୍ଠା କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ହୋଇଥିବା ଘୋଷଣା ଅନୁସାରେ ରାଜ୍ୟର ୧୪ଟି ସିଲେକ୍ଟେଡ୍‌ ଏଜୁକେଶନ ହବରେ ଏହି ହଷ୍ଟେଲ ଗୁଡ଼ିକ ଖୋଲିବ। ପ୍ରତି ହଷ୍ଟେଲରେ ୧୦୦ଟି ଲେଖାଏଁ ଶଯ୍ୟା ରହିବ। ଏହି ହଷ୍ଟେଲ ଗୁଡିକ ପ୍ରତିଷ୍ଠା ହେବା ପରେ ରାଜ୍ୟର ହଜାର ହଜାର ଓବିସି-ଏସ୍‌ଇବିସି ଛାତ୍ରଛାତ୍ରୀ ଉପକୃତ ହେବେ।

ସୂଚନାଯୋଗ୍ୟ, ୨୦୧୮-୧୯ ଶିକ୍ଷାବର୍ଷଠାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୬ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ୪ଟି କଳିଙ୍ଗ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୧୯ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ୪ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ନୂଆ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ସଂପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଗୁରୁବାର କହିଥିଲେ ଯେ, ଏହି ବିଦ୍ୟାଳୟଗୁଡ଼ିକ ନିମନ୍ତେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି।

ସମ୍ବନ୍ଧିତ ଖବର