କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ଭୁବନେଶ୍ବର: କଟକ ନରଣପୁରସ୍ଥିତ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ୍‌ ହାର ଶତ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ସମସ୍ତ ୨୫୦ ଜଣ ପରୀକ୍ଷାର୍ଥୀ ଭଲ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ, ୩୩ ଜଣ ୮୫%ରୁ ଅଧିକ, ୬୭ଜଣ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ୯୫% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୩ଜଣ ଛାତ୍ରଛାତ୍ରୀ ୫୩୦ରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଛାତ୍ର ସ୍ମୃତିରଞ୍ଜନ ମହନ୍ତ ୫୫୨(୯୨%) ରଖିଥିବା ‌ବେଳେ ସିଦ୍ଧାର୍ଥ କୁମାର ନନ୍ଦ ୫୪୯(୯୧.୫%), ସୋମ୍‌ପ୍ରକା‌ଶ ସାମଲ ୫୪୪ (୯୦.୬%), ଅନୁଷ୍କା ଅଗ୍ରୱାଲ୍‌ ୫୪୦(୯୦%) ନମ୍ବର ରଖିଛନ୍ତି। ସେହିପରି ଆଭା‌ସ ଦାସ ୮୯.୮% ମାର୍କ ରଖିଥିବା ବେଳେ ଓମ୍‌ପ୍ରକା‌ଶ ସାହୁ ୮୯.୬%, ଖୁସି କୁମାରୀ ୮୯.୨%, ଆକାଂକ୍ଷ‌ା ନାୟକ ୮୯%, ସାଇଶୃତି ସାହୁ ୮୯%, ସିମ୍ରନ ସ୍ବାଇଁ ୮୯%, ସନ୍ଦୀପ୍‌ କୁମାର ଦାସ ୮୮.୮%, ମଳୟ ମିତ୍ର ସାହୁ ୮୮.୬%, ଜ୍ଞାନରଞ୍ଜନ ସାହୁ ୮୮.୫%, ଆଶିଷ ନିଶା‌ଙ୍କ ୮୮.୨%, ବିଶ୍ବଜିତ୍‌ ନାୟକ ୮୮.୨% ନମ୍ବର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା, ପ୍ରିନ୍ସିପାଲ୍‌ ଡ. ବିଜୁନି ଚରଣ ସୁତାର ଶୁ‌ଭେଚ୍ଛା ଜଣାଇବା ସହିତ ସମସ୍ତ ଅଧ୍ୟା‌ପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ‌ଦେଇଛନ୍ତି। ସୂଚନାଯୋଗ୍ୟ, ବିଗତ ୫ବର୍ଷ ଧରି ସ୍କୁଲର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇ ଆସୁଛି।

ସମ୍ବନ୍ଧିତ ଖବର