ଦାର୍ଫୁର: ସୁଦାନରେ ବିରୋଧୀ ସାମରିକ ଗୋଷ୍ଠୀର ଆକ୍ରମଣରେ ଏକ ବିସ୍ଥାପିତ ଓ ଶରଣାର୍ଥୀ କ୍ୟାମ୍ପ୍ରେ ୨୦ ଶିଶୁଙ୍କ ସମେତ ୧୦୦ଜଣଙ୍କ ମୃତ୍ୟୁ ଘଟିଛି। ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ସେନାବାହିନୀ ଅଧିକାରରେ ଥିବା ଉତ୍ତର ଦାର୍ଫୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟାଳୟ ଏଲ୍ ଫାସେର୍ ନିକଟବର୍ତ୍ତୀ ଅଞ୍ଚଳ, ଜମ୍ଜମ୍ ଓ ଆବୁ ଶୋରୁକ୍ରେ ଥିବା ବିସ୍ଥାପିତଙ୍କ ଶିବିର ଉପରେ ଶୁକ୍ରବାର, ବିରୋଧୀ ରାପିଡ୍ ସପର୍ଟ ଫୋର୍ସ (ଆର୍ଏସ୍ଏଫ୍) ଓ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀ ମିଳିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଦୁଇଦିନ ଧରି ଜାରି ରହିଥିଲା। ଆକ୍ରମଣରେ ସେମାନେ ମିଳିତ ଜାତିସଂଘର ୯ଜଣ କର୍ମଚାରୀ, ୨୦ ଶିଶୁଙ୍କ ସମେତ ୧୦୦ଜଣଙ୍କୁ ହତ୍ୟା କରିଛନ୍ତି। ସୁଦାନରେ ବିଦ୍ରୋହ ଯୋଗୁଁ ବିସ୍ଥାପିତ ହୋଇଥିବା ୭ଲକ୍ଷ ବାସିନ୍ଦା ଶୋରୁକ୍ର ଶରଣାର୍ଥୀ ଶିବିରରେ ରହୁଛନ୍ତି।
ସୁଦାନରେ ୨୦ ଶିଶୁଙ୍କ ସମେତ ୧୦୦ ବିସ୍ଥାପିତଙ୍କୁ ହତ୍ୟା
ସୁଦାନରେ ବିରୋଧୀ ସାମରିକ ଗୋଷ୍ଠୀର ଆକ୍ରମଣରେ ଏକ ବିସ୍ଥାପିତ ଓ ଶରଣାର୍ଥୀ କ୍ୟାମ୍ପ୍ରେ ୨୦ ଶିଶୁଙ୍କ ସମେତ ୧୦୦ଜଣଙ୍କ ମୃତ୍ୟୁ ଘଟିଛି। ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ସେନାବାହିନୀ...
/sambad/media/media_files/2025/04/14/xysYnf76FC0mCU0bXOK0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)