୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌

କଟକ : ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ପୁଲିସର ୧୦୦ ଜଣ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପି ଡିସ୍କ୍ ପ୍ରଦାନ କରାଯିବ।

ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ଭୁବନେଶ୍ବର ଭିଜିଲାନ୍‌ସ ଏସ୍‌ପି ଅନୁପମା ଜେଏମ୍ସ୍‌, ମାଲକାନଗିରି ଏସ୍‌ପି ନିତେଶ ୱାଧାନି, କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା, ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ୍‌ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଅତିରିକ୍ତ ଏସ୍‌ପି ଉଦୟ ଭାନୁ ମିଶ୍ର, ଏଆଇଜି ପୁଲିସ ମୁଖ୍ୟାଳୟ, କଟକ, ପ୍ରିୟରଂଜନ ଶତପଥୀ, ଡେପୁଟି କମାଣ୍ଡାଣ୍ଟ୍‌, ପିଟିସି ଅନୁଗୁଳ ଚମାର ଭୋଇ, ଏସିପି ସ୍ବସ୍ତିକ ପଣ୍ଡା, ଏସଡିପିଓ ମୟୁରଭଞ୍ଜ ସୁଦର୍ଶନ ଗଂଗାଇ, ଡିଏସ୍‌ପି କ୍ରାଇମବ୍ରାଞ୍ଚ୍‌, କଟକ ବିଜୟ କୁମାର ମଲ୍ଲିକ, ଡିଏସ୍‌ପି ଇଓଡବ୍ଲୁ, ଭୁବନେଶ୍ବର ପ୍ରଦୀପ୍ତ କୁମାରୀ ପାଣିଗ୍ରାହୀ, ଡିଏସ୍‌ପି ଭିଜିଲାନ୍‌ସ, କଟକ ରବୀନ୍ଦ୍ର କୁମାର ପଣ୍ଡା, ଡିଏସ୍‌ପି ‌ସ୍ପେଶାଲବ୍ରାଞ୍ଚ୍‌ ଭୁବନେଶ୍ବର ବିଶ୍ବଜିତ ମହାନ୍ତି, ଡିଏସ୍‌ପି ଢେଙ୍କାନାଳ ରଂଜନ କୁମାର ଦେ, ଡିଏସ୍‌ପି କେନ୍ଦୁଝର ଇନ୍ଦୁରେଖା ପଶ୍ଚିମକବାଟ, ଡିଏସ୍‌ପି ରାଉରକେଲା ଅନିଲ କୁମାର ପ୍ରଧାନ, ଡିଏସ୍‌ପି ଖୋର୍ଦ୍ଧା ମାନସ ରଂଜନ ବାରିକ, ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍‌ ଭୁବନେଶ୍ବର ସିକ୍ୟୁରିଟ୍‌ ୱିଙ୍ଗ୍, ଭାବଗ୍ରାହୀ ସିଂହ ବରିହା, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଷଷ୍ଠ ବାଟାଲିୟନ କଟକ, କିଶୋର ବିଶ୍ବାଳ, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଦୀପକ କୁମାର ନାୟକଙ୍କ ସମେତ ୧୭ ଜଣ ଇନ୍‌ସପେକ୍ଟର, ୧୫ଜଣ ସବ୍ ଇନ୍‌ସପେକ୍ଟର, ୬ଜଣ ଏଏସ୍‌ଆଇ, ୧୨ଜଣ ହାବିଲଦାର, ୧୯ଜଣ କନେଷ୍ଟ୍‌ବଳ, ୩ଜଣ କମାଣ୍ଡୋ, ଜଣେ ସିପାହୀ ଓ ୪ଜଣ ଓଏପିଏଫଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯିବ ବୋଲି ଆଜି ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର