୧୦୦୦ କିଲୋମିଟର ଷ୍ଟ୍ରାଇକ୍‌ ରେଞ୍ଜ୍‌ ଥିବା ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ନିର୍ଭୟ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ସୋମବାର ଓଡ଼ିଶା ଉପକୂଳରେ ଏକ ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି । ଏହି ମିସାଇଲ୍‌ର ଷ୍ଟ୍ରାଇକ୍‌ ରେଞ୍ଜ ୧୦୦୦କିଲୋମିଟର ଥିବା ବେଳେ ଏହାର ନାଁ ରହିଛି ନିର୍ଭୟ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍‌ଗାନାଇଜେସନ୍‌ (ଡିଆରଡିଓ) ଅଧିନରେ ଥିବା ଲ୍ୟାବ୍‌ ଏରୋନଟିକାଲ ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ଏହି ସବ୍‌-ସୋନିକ୍‌ ମିସାଇଲ୍‌ ତିଆରି କରିଥିବା ଜଣା ପଡ଼ିଛି । ପ୍ରଥମେ ଏହାକୁ ଉଡ଼ାଇବା ପାଇଁ ରକେଟ୍‌ ବୁଷ୍ଟରର ବ୍ୟବହାର କରାଯାଉଥିବା ବେଳେ ଥରେ ମିସାଇଲ୍‌ଟି ଆବଶ୍ୟକ ବେଗ ଏବଂ ଉଚ୍ଚତାରେ ପହଞ୍ଚିବା ପରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ଦ୍ୱାରା ଏହାକୁ ଆଗକୁ ନିଆ ଯାଇଥାଏ । ଏଥିରେ ଉଚ୍ଚତା ନିର୍ଦ୍ଧାରଣ ପାଇଁ ଏକ ରେଡିଓ ଅଲ୍‌ଟିମେଟରର ବ୍ୟବହାର କରାଯାଉଥିବା ଜଣାପଡ଼ିଛି । ନିର୍ଭୟରେ ରିଙ୍ଗ ଲେଜର ଗାୟରୋସ୍କୋପ୍‌ର ସୁବିଧା ରହିଛି, ଯାହାଦ୍ୱାରା ମିସାଇଲ୍‌କୁ ନିୟନ୍ତ୍ରଣ କରାଯାଇ ପାରିବା ସହ ତାହାର ମାଗଦର୍ଶକ ଏବଂ ନାଭିଗେସନ୍‌ରେ ସାହାଯ୍ୟ କରିବ । ଏହା ସହ ଏଥିରେ ଏମ୍‌ଇଏମ୍‌ଏସ୍‌ ଆଧାରିତ ଆଇଏନ୍‌ଏସ୍‌ ସିଷ୍ଟମ ଏବଂ ଜିପିଏସ୍‌ ସିଷ୍ଟମର ସୁବିଧା ରହିଛି ।

The Economic Times

ନିର୍ଭୟ ମିସାଇଲ୍‌ର ଚଉଡ଼ା ୦.୫୨ ମିଟର ହୋଇଥିବା ବେଳେ ଏହାର ଉଇଙ୍ଗ୍‌ର ଲମ୍ବ ୨.୭ମିଟର ରହିଛି । ଏହାର ଓଜନ ୧୫୦୦କିଲୋଗ୍ରାମ୍‌ ବୋଲି ଜଣା ପଡ଼ିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନିର୍ଭୟ ମିସାଇଲ୍‌ ମିଶନର ଆବଶ୍ୟକତା ଅନୁଯାୟୀ ୨୪ ପ୍ରକାରର ଅସ୍ତ୍ରର କାମ କରିବାକୁ ସକ୍ଷମ । ଅନେକ ଟାର୍ଗେଟ ଥିବା ବେଳେ ପ୍ରଥମେ ନିର୍ଭୟ ମିସାଇଲ୍‌ ନିଜର ଟାର୍ଗେଟକୁ ଚୟନ କରିବା ପରେ ଆକ୍ରମଣ କରିବାର ସୁବିଧା ରହିଛି । ଶତ୍ରୁ ସୀମା ପାର୍‌ କରିବା ସମୟରେ ଏହାର ସୂଚନା ଶତ୍ରୁ ଦେଶକୁ ମିଳି ଯାଇଥାଏ । କିନ୍ତୁ ଏହା କମ୍‌ ଉଚ୍ଚତାରେ ଉଡ଼ି ପାରୁ ଥିବାରୁ ସୀମା ପାର୍‌ କଲେ ଏହାର ସୂଚନା କାହାକୁ ମିଳି ପାରିବ ନାହିଁ ।

ସମ୍ବନ୍ଧିତ ଖବର