ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି। ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଛି।
ଆଜି ଯାଏଁ ମୋଟ ୮୦୩୧ ଦରଖାସ୍ତ ମିଳିଥିବାବେଳେ ୬ ହଜାର ୫୪୫ ଅଭିଯୋଗର ସମାଧାନ ହୋଇଛି। ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।
ଅଧିକ ପଢ଼ନ୍ତୁ: ଗୋଟିଏ ନଳକୂପ ଉପରେ ୨୦ ପରିବାରର ଭରସା: ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ଗାନିପଡା ସାହି ବାସିନ୍ଦା
ଆଜି ବୌଦ୍ଧ ଜିଲ୍ଲାର ଜଣେ ଶିଶୁକୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି. ତାଙ୍କର ଘର ନଥିବାରୁ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି. ୯୦ ଦିନ ଭିତରେ ଆବେଦନର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛି।
— Mohan Charan Majhi (@MohanMOdisha) February 3, 2025
ଲୋକଙ୍କ ସମସ୍ଯାର ସମାଧାନ, ଲୋକଙ୍କ ସରକାରର ପ୍ରାଥମିକତା। ଏହାକୁ ଗୁରୁତ୍ଵ ଦେଇ ଅଭିଯୋଗର ଯଥାଶୀଘ୍ର ସମାଧାନ ଏବଂ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ… pic.twitter.com/eYYDWdeD3j
ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲାସ୍ତରରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲୋକଙ୍କ ସମସ୍ଯାର ସମାଧାନ ଲୋକଙ୍କ ସରକାରର ପ୍ରାଥମିକତା। pic.twitter.com/M4nr2f34mH
— Mohan Charan Majhi (@MohanMOdisha) February 3, 2025
ଅଧିକ ପଢ଼ନ୍ତୁ: ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା, ଦୁଇ ଘଣ୍ଟା ଗାଡ଼ି ଭିତରେ ଫସି ରହିଲେ ଚାଳକ