ଦେଶରେ ୧୦ ହଜାର ସିଏନ୍‌ଜି ଷ୍ଟେସନ୍‌ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନ୍‌ଜି ଷ୍ଟେସନ୍‌ ପ୍ରତିଷ୍ଠା ହେବ। ଏହା ସହ ୫ କୋଟି ପିଏନ୍‌ଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନି(ଏମ୍ଏନ୍‌ଜିଏଲ୍)ର ୫ଟି ଗ୍ୟାସ ଷ୍ଟେସନ୍‌କୁ ଶ୍ରୀ ପ୍ରଧାନ ‌ଲୋକାର୍ପିତ କରିବା ଅବସରରେ ଏହି ସୂଚନା ଦେଇଥିଲେ। ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନିଗୁଡ଼ିକ ଅଧିକ ପରିଶ୍ରମ କରିବାକୁ ସେ ଆହ୍ୱାନ ଦେଇଥିଲେ। ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ।

ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ । ଘରୋଇ, ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡି ନେଟ୍‌ୱର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି। ଆମର ଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ଼ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି।ଆଜିର ୫ଟି ଗ୍ୟାସ୍‌ ଷ୍ଟେସନ୍‌ର ଲୋକାର୍ପଣ ହେବା ଫଳରେ ଏମ୍‌ଏନ୍‌ଜିଏଲ୍ କମ୍ପାନିର ସିଏନ୍‌ଜି ନେଟ୍‌ୱାର୍କ ୧୦୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର