ରାୟଗଡ଼ା/ଝରିଗାଁ/ତେନ୍ତୁଳିଖୁଣ୍ଟି: ଘୂର୍ଣ୍ଣିଝଡ ପେଥାଇ ପ୍ରଭାବ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ହଠାତ୍ ତାପମାତ୍ରା କମି ଯାଇଥିଲା। ଯାହାଫଳରେ ପ୍ରବଳ ଶୀତକୁ ସହ୍ୟ କରିନପାରି ଶତାଧିକ ଗୃହପାଳିତ ପଶୁ ମରି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାୟଗଡା ବ୍ଲକର ମାଟିକଣା ଗ୍ରାମରେ ୧୫ଟି ଏବଂ ରାମନାଗୁଡା ବ୍ଲକରେ ୧୩ଟି ଗାଈର ମୃତ୍ୟୁ ହୋଇଛି। ପଦ୍ମପୁର ବ୍ଲକର ମୁଚୁୁକିପଦର ଗାଁରେ ୨୦ରୁ ଊର୍ଧ୍ବ ଗାଈ ଅଚେତ ହୋଇ ପଡ଼ିଥିବା ବେଳେ କିଛି ଗାଈ ଓ ଛେଳି ମରିଥିବା ଜଣାପଡ଼ିଛି।
ସେହିଭଳି,, ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ୨୦ରୁ ଊର୍ଧ୍ବ ଗୃହପାଳିତ ପଶୁ ମରି ଯାଇଥିବା ଜଣାପଡ଼ିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଥଣ୍ଡା ଯୋଗୁଁ ଏହି ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୧ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିଭଳି, ଅନ୍ୟ କେତେକ ସ୍ଥାନରେ ଅନୁରୂପ ଘଟଣା ଆଜି ଦେଖିବାକୁ ମିଳିଛି। ଏବଂ, ଶତାଧିକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି।
ଶତାଧିକ ଗୃହପାଳିତ ପଶୁ ମୃତ
/sambad/media/post_attachments/wp-content/uploads/2018/12/Untitled-3-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)