ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ମିଟର ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

Advertisment

Image bmc twitter

ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୧୦୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୨୧ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ବାକି ୮୦ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଭୁବନେଶ୍ୱରରୁ ଏତେ ମାତ୍ରାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଭୟ ବଢାଇଛି । ବିଶେଷକରି ରସୁଲଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର ଓ ନୟାପଲ୍ଲୀରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି,  ଯାହାକି ଉଭୟ ପ୍ରଶାସନ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।