ବାଲେଶ୍ବର ‘ସମ୍ବାଦ ଭବନ’ରେ ମେଗା ରକ୍ତଦାନ ଶିବିର, ଅଂଶଗ୍ରହଣ କଲେ ୧୦୧ ସ୍ବେଚ୍ଛା ରକ୍ତଦାତା

ବାଲେଶ୍ବର: ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ‘ସମ୍ବାଦ ଭବନ’ରେ ‘ଯୁବ ସ୍ବାଭିମାନ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଗୌତମ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅନୁୁଷ୍ଠିତ ଏହି ଶିବିରରେ ଶ୍ରୀ ସ୍ବାଇଁ ପ୍ରଥମେ ସପତ୍ନୀକ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରକ୍ତଦାତାଙ୍କ ମଧ୍ୟରେ ଅଧିକାଂଶ ଯୁବକଯୁବତୀ ଏବଂ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା।

ଏହି ଶିବିରରେ ଅତିଥି ଭାବେ ବିଶିଷ୍ଟ ଯୁବ ଶିଳ୍ପଦ୍ୟୋଗୀ ତଥା ଇସିପି ଇଣ୍ଡଷ୍ଟ୍ରିଜ୍‌ ଏବଂ ‌ଗ୍ଲେଜ୍‌ ଗ୍ରୁପ୍‌ର ନିର୍ଦ୍ଦେଶିକା ସୁପ୍ରୀତି ମିଶ୍ର, ବାଲେଶ୍ବର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତ, ଜିଲ୍ଲା ‌ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ ଓ ସମ୍ପାଦକ ଇଂ ହୃଷିକେଶ ସାହୁ, ସାମାଜିକ କର୍ମୀ ସାଇରୁଲ୍‌ ହକ, ଆଶିଷ କୁମାର ଘୋଷ, ଯଶୋଦାନନ୍ଦନ ଆଶ ଏବଂ ଗୌରାଙ୍ଗ ପାଣିଗ୍ରାହୀ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟା‌ୟ ରକ୍ତ ଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେ‌େଳ ରକ୍ତ କେନ୍ଦ୍ରର ସହଯୋଗୀମାନେ ରକ୍ତ ସଂଗ୍ରହ କରିଥିଲେ। ବାଲେଶ୍ବର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନଗୁଡ଼ିକ ମଧ୍ୟରେ ହେଲ୍‌ପିଂ ସୋସାଇଟି, ଗୋପବନ୍ଧୁ ଦୁଃଖସୁଖର ସାଥୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପ୍ରୋଗେସିଭ୍‌ ୟୁଥ୍‌ ଷ୍ଟାଣ୍ଡ୍‌, ଜାଗ୍ରତ ନାରୀ ସଂଘ, ଦି ନ୍ୟୁ ହୋପ୍‌, ନ୍ୟୁ ଲାଇଫ୍‌, ନେସ୍କୋ ଶକ୍ତି କର୍ମଚାରୀ ସଂଘ, ଆଳଦିଆ କ୍ରିକେଟ୍‌ କ୍ଲବ, ମହାବୀର ୟୁଥ୍‌ କ୍ଲବ(ନହରପାଟଣା), କଞ୍ଚନଗଡ଼ିଆ ଦୁର୍ଗାପୂଜା କମିଟି(ଭୋଗରାଇ) ଆଦି ବିଭିନ୍ନ ସାମାଜିକ ସଂଗଠନ, ସରକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ଏହି ଶିବିରରୁ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ଶିବିରକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ କାର୍ତ୍ତିକ ଚନ୍ଦ୍ର ବେହେରା, ହ୍ରିତିକ୍‌ ନାୟକ, ସଂଗ୍ରାମ ପଣ୍ଡା, ଆକାଶ କୁମାର ନାୟକ, ଅରିଜିତ୍‌ ପଟ୍ଟନାୟକ, ‌ଅସିମ୍‌ ରଂଜନ ଖୁଣ୍ଟିଆ, ମୁକ୍ତିକାନ୍ତ ବାରିକ୍‌, ନେତାଜୀ ତାପସ କୁମାର ସାହୁ, ବିକ୍ରମ କେଶରୀ ଦାସ, ସୁଶାନ୍ତ ଚୌଧୁରୀ, ମହେଶ୍ବର ପ୍ରଧାନ, ମମତା ଦାସ ପ୍ରମୁଖ ଭୂମିକା ବେଶ୍‌ ପ୍ରଶଂସନୀୟ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟର ସଂସ୍କରଣର ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ର, ବିଜ୍ଞାପନ ବିଭାଗ ମୁଖ୍ୟ ସନ୍ତୋଷ କୁମାର ଜେନା, ପ୍ରସାରଣ ବିଭାଗ ମୁଖ୍ୟ ବିରଞ୍ଚି ନାରାୟଣ ପାଢ଼ୀ, ହିମାଂଶୁ ଶେଖର ସାହୁ, ବିରଂଜନ ଦାସ, ବିତ୍ତ ବିଭାଗ ମୁଖ୍ୟ ସୁଶାନ୍ତ ପଣ୍ଡା, ପ୍ରି-ପ୍ରେସ୍‌ର ମହିମରଂଜନ ସ୍ବାଇଁ ଓ ଅସିତ ପାଣିଗ୍ରାହୀ, ପ୍ରିଣ୍ଟିଂ ସେକ୍ସନର ମୁଖ୍ୟ ଅମରଜିତ ମିଶ୍ର, ‘ସମ୍ବାଦ’ର ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ, ସହର ପ୍ରତିନିଧି କବିତା ପାତ୍ର ଓ ମନୋଜ ବିଶ୍ବାଳ, ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଓ ସାହିତ୍ୟଘର ସହଯୋଗୀ ଶତ୍ରୁଘ୍ନ ସାହୁ ଏବଂ ସମସ୍ତ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର