ନିଯୁକ୍ତି ପାଇଲେ ୧୦୧୬ ଏଏସ୍‌ଆଇ

କଟକ : ଓଡ଼ିଶା ପୁଲିସ ପକ୍ଷରୁ ୧୦୧୬ ଜଣ ଆସିଣ୍ଟାଣ୍ଟ୍ ସବ୍-ଇନସପେକ୍ଟର (ଏଏସଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୁଲିସ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଓ ପରେ ଥାନା ସହିତ ସଂଲଗ୍ନ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଚଳିତ ମାସ ୧୫ରୁ ନିଯୁକ୍ତି ପ୍ରଦାନ କରାଯାଇଛି। ଡିସେମ୍ବର ୨୦୨୦ରେ ୧୦୯୨ ଜଣ କନେଷ୍ଟବଳ/ହାବିଲଦାର/ଲାନ୍ସନାୟକ ପଦବିରୁ ଏଏସଆଇ ପଦୋନ୍ନତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ‌ହୋଇଥିଲା। ଲିଖିତ ପରୀକ୍ଷା ଏବଂ ସର୍ଭିସ ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ସେହି କ୍ରମରେ ପଦୋନ୍ନତି ପାଇଥିବା ଏଏସ୍‌ଆଇଙ୍କୁ ୪ ମାସ ଇନଷ୍ଟିଚ୍ୟୁସନାଲ୍‌ ଟ୍ରେନିଂ ଏବଂ ୨ ମାସ ବିଭିନ୍ନ ପୁଲିସ ଷ୍ଟେସନ ସହିତ ସଂଲଗ୍ନ କରାଯାଇଥିଲା। ପଦୋନ୍ନତି ପାଇଥିବା ଏଏସଆଇମାନେ ଏଇଟି, କୋରାପୁଟ, ପିଟିଏସ୍‌ ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ବର, ପିଟିସି, ଅନୁଗୁଳ, ପିଟିଆଇ ଓ ବୈରୀଠାରେ ତାଲିମ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର