ସମ୍ବଲପୁର: ଚଳିତବର୍ଷ ମୁକ୍ତିଲାଭ କରିଥିବା ସାଉଥ୍ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ଅଭିନିତ ପୁଷ୍ପା ଚଳଚ୍ଚିତ୍ରରେ କ୍ଷୀର ଟ୍ୟାଙ୍କର୍ ମାଧ୍ୟମରେ ଲାଲ୍ ଚନ୍ଦନ କାଠ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ସିକ୍ରେଟ୍ ଚାମ୍ବର କରି ତଳେ ଚନ୍ଦନକାଠ ରଖାଯାଉଥିବା ବେଳେ ଉପରେ କ୍ଷୀର ନିଆଯାଉଥିଲା।
ଯାହାର ଟେର୍ ପୁଲିସ ମଧ୍ୟ ପାଇପାରୁ ନଥିଲା। ଏବେ ଅପରାଧୀମାନେ ଏହି ପୁଷ୍ପା ଚଳଚ୍ଚିତ୍ରକୁ ବଳିଗଲେଣି। ରବିବାର ଅବକାରୀ ବିଭାଗ ଦ୍ବାରା ଏକ ଚାରିଚକିଆ ଯାନରୁ ୧୦୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇ କୌଣସି ବସ୍ତାରେ ନଥିଲା, ଚାରିଚକିଆ ଯାନର ସିଲିଂ କଟାଯିବା ପରେ ଗଞ୍ଜେଇ ମିଳିଥିଲା। ସିଲିଂ ଭିତରେ ଛୋଟ ଛୋଟ ପ୍ୟାକେଟ୍ କରି ଗଞ୍ଜେଇ ଭର୍ତ୍ତି କରାଯାଇଥିଲା। ବହୁ ସମୟ ଧରି ଯାଞ୍ଚ କରିବା ପରେ ଅବକାରୀ ବିଭାଗ ଏହି ସିକ୍ରେଟ୍ ସିଲିଂ ଠାବ କରିଥିଲା।