ବାଲେଶ୍ୱର: ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ବାମପଦାସ୍ଥିତ ମା ଭାରତୀ ଗୋଶାଳାରେ ରଖାଯାଇଛି।
ଗତକାଲି ବିଳମ୍ବିତ ରାତିରେଏହି ୨ କଣ୍ଟେନର ଗୋରୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସମ୍ପୃକ୍ତ ୨ କଣ୍ଟେନରକୁ ସେରଗଡ଼ ଟୋଲଗେଟ ନିକଟରେ ସ୍ଥାନୀୟ ଗୋରକ୍ଷକ ଏବଂ ପୁଲିସ ଅଟକାଇଥିଲେ।ଏହାପରେ ସେଠାରୁ ୨ କଣ୍ଟେନରରୁ ୧୦୨ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ଖନ୍ତାପଡ଼ା ଥାନାରେ ପୁଲିସ ୪ ଜଣକୁ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/cow.jpg)