ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଦେଶୀ ମଦ ବେପାର ଉପରେ ଚଢ଼ଉ ଜାରି ରଖିଛି। ଗତକାଲି ଲାଠିକଟା ଅଞ୍ଚଳରେ ଚଢ଼ଉ କରାଯାଇଥିବାବେଳେ ଆଜି ବୀରମିତ୍ରପୁର ଥାନା ଅଞ୍ଚଳର ବିଭିନ୍ନ ଗାଁରେ ଚଢ଼ଉ କରାଯାଇଥିଲା। ମାତ୍ର ଦୁଇ ଦିନରେ ୧୦୨୦ ଲିଟର ଦେଶୀ ମଦ ଓ ୩୦ ହଜାର ୬ ଶହ କେଜି ମହୁଲ ପୋଚ ଜବତ ହୋଇଛି। ଜବତ ମହୁଲପୋଚର ଦାମ୍ ଆନୁମାନିକ ୧୫ ଲକ୍ଷ ୩୦ ହଜାର ଟଙ୍କା ହେବ।
/sambad/media/post_attachments/wp-content/uploads/2022/10/16-21.jpg)
ଆଜି ବୀରମିତ୍ରପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ତେବେ ଅବକାରୀ ପୁଲିସକୁ ଦେଖି ମଦ ବେପାରୀ ଫେରାର ହୋଇଯାଇଥିଲେ। ପରେ ଛାନ୍ଭିନ୍ କରିବାରୁ କୁଲର୍ ଭିତରେ, ଖଟ ତଳେ, ବିଲରେ ମହୁଲ ପୋଚ ପୋତି ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲେ। ଉଭୟ ସ୍ଥାନରୁ ୫୬୦ ଲିଟର ଦେଶୀ ମଦ ସହ ୧୮ ହଜାର ୪ ଶହ କେଜି ମହୁଲ ପୋଚ ଜବତ ହୋଇଛି। ସେହିଭଳି ଗତକାଲି ମନକୋର ହଲଦୀବେଡ଼ା, ବାଂଶବେଡ଼ା ଆଦି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରିଥିଲା। ସେଠାରୁ ୪୬୦ ଲିଟର ଦେଶୀ ମଦ ଓ ୧୨ ହଜାର ୨ ଶହ କେଜି ମହୁଲ ପୋଚ ଜବତ କରାଯାଇଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ କର୍ମଚାରୀ, ମୋବାଇଲ ସ୍କ୍ବାଡ୍, ଲାଠିକଟା ଓ ବୀରମିତ୍ରପୁର ପୁଲିସ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/15-20.jpg)