ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଛି। ଏହା ହଜାରେ ଉପକୁ ରହିଛି। ଗତକାଲି ୯୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୭୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୧୦୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 30th July
New Positive Cases: 1029
Of which 0-18 years: 175
In quarantine: 602
Local contacts: 427(Details of local contacts will be shared by concerned District)
1. Angul: 1
2. Balasore: 11
3. Bargarh: 65
4. Bhadrak: 10
5. Balangir: 27
6. Boudh: 15— I & PR Department, Odisha (@IPR_Odisha) July 31, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୧୧ ଜଣ, ବରଗଡ଼ରୁ ୬୫, ଭଦ୍ରକରୁ ୧୦ ଜଣ, ବଲାଙ୍ଗୀରରୁ ୨୭ ଜଣ, ବୌଦ୍ଧରୁ ୧୫ ଜଣ, କଟକରୁ ୬୮ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୨, ଗଜପତିରୁ ୭ ଜଣ, ଜଗତସିଂହପୁରରୁ ୬ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ ଜଣ, କନ୍ଧମାଳରୁ ୨୨ ଜଣ, କେଉଁଝରରୁ ୧୧, ଖୋର୍ଦ୍ଧା ଜିଲ୍ଲାରୁ ୧୭୩, କୋରାପୁଟ ଜିଲ୍ଲାରୁ ୧୩ ଜଣ, ମୟୂରଭଞ୍ଜରୁ ୭୦ ଜଣ, ନବରଙ୍ଗପୁରରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ନୂଆପଡ଼ାରୁ ୧୩ ଜଣ, ପୁରୀରୁ ୮ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ବଲପୁରରୁ ୯୩ ଜଣ, ସୋନପୁରରୁ ୨୪ ଜଣ, ସୁନ୍ଦରଗଡ଼ରୁ ୨୨୨ ଜଣ ଓ ଷ୍ଟେଟପୁଲରୁ ୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୧୩, ୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୯୭, ୩୪୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୬୦୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।