ଭୁବନେଶ୍ୱରରୁ ଆଜି ୧୦୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସୀମା ଟପୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ଆଜି ସହରରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏହି ଖବର ବିଏମସି ପାଇଁ ଚିନ୍ତା ଆଣିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କ ଭିତରେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଭିତରୁ ୨୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ବିଶେଷକରି ଖଣ୍ଡଗିିରି, ଟଙ୍କପାଣି ରୋଡ୍, ପଟିଆ ଓ ପୁରୁଣା ଭୁବନେଶ୍ୱର ଅଂଚଳରୁ ଏକାଧିକ ଲୋକାଲ କେସ୍ ସାମ୍ନାକୁ ଆସିଛି ।

Image

ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ତେବେ ଚିନ୍ତାର ବିଷୟ ଏହା ଯେ, ଗତ ଦୁଇ ଦିନ ହେଲା ଭୁବନେଶ୍ୱରରୁ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ରାଜଧାନୀରୁ ଆଜି ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମସି ରିପୋର୍ଟ ଦେଇଛି ।

ସମ୍ବନ୍ଧିତ ଖବର