ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତି : ୫୪ ପରୀକ୍ଷାର୍ଥୀ ସମେତ ୧୦୩ ଅସୁସ୍ଥ

ବଣାଇଁଗଡ଼ (ସୁନ୍ଦରଗଡ଼) : ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡା ବ୍ଲକ୍‌ ଅନ୍ତର୍ଗତ ଉଲସୁରେଇ ସ୍ଥିତ ଖୁଣ୍ଟଗାଁ ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲ୍‌ରେ ବିଷା‌କ୍ତ ଖାଦ୍ୟ ଖାଇ ୫୪ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସମେତ ୧୦୩ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅସୁସ୍ଥ ପରୀକ୍ଷାର୍ଥୀ ହସ୍ପିଟାଲରେ ଥିବାରୁ ଆସନ୍ତାକାଲି ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ସେମାନେ ଦେଇ ପାରିବେ କି ନାହିଁ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର