୧୦୩ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ଲକ୍ଷଣ ନ ଥିଲା କିନ୍ତୁ ପଜିଟିଭ୍ ଆସିଲା

ଭୁବନେଶ୍ବର: ରାଜ୍ୟ ସରକାର ୧୦୩ତମ  କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି। ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବ୍ୟକ୍ତି । ସେ ଲକଡାଉନ ଯୋଗଁ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ । ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସାଧାରଣ ଥଣ୍ଡା ପାଇଁ ଏକ ଘରୋଇ ଡାକ୍ତରଖାନାରେ  ଚିକିତ୍ସିତ ହୋଇଥିଲେ । ତାଙ୍କୁ ୨୩ ଏପ୍ରିଲରୁ ହାଇଟେକ୍ କୋଭିଡ୍ –ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ମାତ୍ର ତାଙ୍କଠାରେ ରୋଗର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ତେବେ  ୨୫ ଏପ୍ରିଲରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ଚିହ୍ନଟ ହେବା ପରେ ତାଙ୍କୁ ୨୫ତାରିଖରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋର ଅଞ୍ଚଳର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଥିଲେ l

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୁଡ଼ଗୁଡଜୋରର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଉରକେଲା ନାଲା ରୋଡ଼ରେ ଆସି ରହିଥିଲେl ଏମାନଙ୍କ ଭିତରେ ଜଣେ ୨୩ ବର୍ଷିୟ ଓ ଅନ୍ୟ ଜଣେ ୬୦ ବର୍ଷିୟ ପୁରୁଷ ହୋଇଥିବା ବେଳେ ଆର ଜଣକ ଜଣେ ୫୭ ବର୍ଷୀୟା ମହିଳା।

ସମ୍ବନ୍ଧିତ ଖବର