ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ: ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୬ ଜଣ, ବାଲେଶ୍ୱରରୁ ୩୦୪ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬, କଟକରୁ ୯୪୦ ଜଣ, ଦେବଗଡ଼ରୁ ୭୮ ଜଣ, ଢେଙ୍କାନାଳରୁ ୮୩ ଜଣ, ଗଜପତିରୁ ୧୦୦, ଗଞ୍ଜାମରୁ ୧୮୭ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୯୪ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେଉଁଝରରୁ ୧୨୩ ଜଣ, ଖୋର୍ଦ୍ଧାରୁ ୩୦୩୬ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୬୫ ଜଣ, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୯୬ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୨୦୮ ଜଣ, ସମ୍ୱଲପୁରରୁ ୨୪୭ ଜଣ, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୫୦୫ ଜଣ ଓ ଷ୍ଟେଟ ପୁଲରୁ ୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୭୭,୪୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୦, ୫୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର