ଆଖିବୁଜିଲେ ୧୦୭ ବର୍ଷର ଧର୍ମପରାୟଣା ମହିଳା

ରେମୁଣା: ରେମୁଣା ବ୍ଲକ ସାହାଜୀପାଟଣା ଗ୍ରାମରେ ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଦ୍ବାରିକା ନାୟକଙ୍କ ଧର୍ମପତ୍ନୀ ପଦ୍ମାବତୀ ନାୟକଙ୍କର ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୭ ବର୍ଷ ହୋଇଥିଲା। ପଦ୍ମାବତୀଙ୍କ ବିୟୋଗ ଖବର ଶୁଣି ରେମୁଣା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବାକୁ ଆସିଥିଲେ। ରେମୁଣା ଅଞ୍ଚଳରେ ‌ସେ ଜଣେ ବର୍ଷିୟାନ ଧର୍ମପରାୟଣା ମହିଳା ଥିଲେ।

ସମାଜର ଦୁଃଖୀ, ଅସହାୟ ତଥା ଗରିବ ଜନସାଧାରଣଙ୍କୁ ସବୁ ସମୟରେ ସାହାଯ୍ୟ କରିଆସୁଥିବା ବେଳେ ଈଶ୍ୱରବିଶ୍ୱାସୀ ଥିଲେ। ତେବେ ମୃତ୍ୟୁଶଯ୍ୟା ନିକଟରେ ୩ ପୁଅବୋହୂ, ନାତିନାତୁଣି, ପରିବାରବର୍ଗ ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର