ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୪୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ୧୦୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୪୯ ଜଣ ସୁସ୍ଥ ହୋଇଥିବାବେଳେ କଟକ ଜିଲ୍ଲାରେ ୯୫୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରେ ୯୦୮, ସୁନ୍ଦରଗଡ଼ରେ ୭୦୫, ମୟୂରଭଞ୍ଜରେ ୫୬୪, ଯ଼ାଜପୁରରେ ୪୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକରେ ୪୮୨, ପୁରୀରେ ୪୭୨, ସମ୍ବଲପୁରରେ ୩୫୪, ବରଗଡ଼ରେ ୩୩୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁରରେ ୩୦୯, କେନ୍ଦ୍ରାପଡ଼ାରେ ୩୦୫, ବଲାଙ୍ଗୀରରେ ୨୭୪, ନବରଂଗପୁରରେ ୨୫୫, କୋରାପୁଟରେ ୨୫୧,ଗଞ୍ଜାମରେ ୨୪୨, ବୌଦ୍ଧରେ ୨୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ରାଜ୍ୟରେ ଗତ କାଲି ୮୩୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୬୬୩କୁ କମିଆସିଛି ।

 

ସମ୍ବନ୍ଧିତ ଖବର