ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବ୍ଲକରେ ପ୍ରାୟ ୧୦୫ ବ୍ଲକ୍ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି। କେବଳ ସେତିକି ନୁହେଁ; ବ୍ଲକ୍ ଶିକ୍ଷା ଅଧିକାରୀ ବ୍ୟତୀତ ରାଜ୍ୟରେ ୧୮୦୪ଟି ପ୍ରାଥମିକ, ୩୮୬୫ ୟୁପି ସ୍କୁଲ୍ ଏବଂ ୧୭୭୨ଟି ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି।
୧୦୫ ଶିକ୍ଷା ଅଧିକାରୀ ପଦବୀ ମଧ୍ୟରେ ଅନୁଗୁଳ ଜିଲ୍ଲାର ୪ ବ୍ଲକ, ବାଲେଶ୍ୱରର ୬ ବ୍ଲକ, ବରଗଡ଼ର ଗୋଟିଏ, ଭଦ୍ରକର ୪ଟି,ବଲାଙ୍ଗୀରର ୩ଟି ,କଟକର ୨ଟି,ଦେବଗଡ଼ର ଗୋଟିଏ, ଢେଙ୍କାନାଳର ୩ଟି, ଗଜପତିର ଗୋଟିଏ, ଗଞ୍ଜାମ ୭ଟି, ଜଗତସିଂହପୁର ୬ଟି, ଯାଜପୁର ୪ଟି,କଳାହାଣ୍ଡିର ୨ଟି, କନ୍ଧମାଳର ୫ଟି କେନ୍ଦ୍ରାପଡ଼ାର ୪ଟି, କେନ୍ଦୁଝର ୩ଟି,ଖୋର୍ଦ୍ଧାର ୫ଟି ,କୋରାପୁଟର ୭ଟି, ମାଲକାନଗିରିର ଗୋଟିଏ, ମୟୂରଭଞ୍ଜର ୯ଟି, ନବରଙ୍ଗପୁରର ୩ଟି, ନୟାଗଡ଼ର ୩ଟି, ପୁରୀର ୪ଟି, ରାୟଗଡାର ୭ଟି, ସମ୍ବଲପୁରର ୫ଟି, ସୁବର୍ଣ୍ଣପୁରର ୩ଟି ଏବଂ ସୁନ୍ଦରଗଡ଼ର ୨ଟି ବ୍ଲକରେ ଖାଲି ପଡ଼ିିଛି।