ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବିତୀୟ ଉଚ୍ଚ ସେତୁ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ନଦୀର ଉଭୟ ପାର୍ଶ୍ବରେ ରହୁଥିବା ବାସିନ୍ଦାଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ସହ ଅର୍ଥନୈତିକ ବିକାଶରେ ସହାୟକ ହେବ। ସେତୁ ନିର୍ମାଣ ପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ଆର୍‌କେଡି କନ୍‌ଷ୍ଟ୍ରକ୍ସନ୍ ୧୦୫ କୋଟି ୭୦ ଲକ୍ଷ ଟଙ୍କାରେ କାମ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଟେଣ୍ଡର୍‌କୁ ଆଜି କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ୩୬ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।