ତେଲେଙ୍ଗାନା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦୫୦ ହୋମଗାର୍ଡ

ସୁନ୍ଦରଗଡ଼ ଓ ରାଉରକେଲା ପୁଲିସ ଜିଲ୍ଲାରୁ ୨୦୦

ରାଉରକେଲା: କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ସୁରକ୍ଷା ଦାୟିତ୍ବରେ ସାମିଲ ହେବେ ଓଡ଼ିଶାର ୨୦୦୦ ହୋମଗାର୍ଡ। ଏଥି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ୧୦୫୦ ହୋମଗାର୍ଡ ରହିଛନ୍ତି। ଆଜି ରାଉରକେଲା ଷ୍ଟେସନରୁ ବାହାରିଥିବା ସ୍ବତନ୍ତ୍ର ଟ୍ରେନ୍‌ରେ ଏମାନେ ତେଲେଙ୍ଗାନା ଯାଇଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ରାଉରକେଲା ଷ୍ଟେସନରୁ ରାଉରକେଲା ପୁଲିସ ଜିଲ୍ଲାରୁ ୧୦୦, ସୁନ୍ଦରଗଡ଼ରୁ ୧୦୦, ଦେବଗଡ଼ରୁ ୬୦ ଓ ଝାରସୁଗୁଡା ପୁଲିସ ଜିଲ୍ଲାରୁ ୭୦ ଜଣ ହୋମଗାର୍ଡ ଯାଇଛନ୍ତି। ବଲାଙ୍ଗୀର ରେଳ ଷ୍ଟେସନରୁ ବଲାଙ୍ଗୀରରୁ ୧୦୦, ସୋନପୁରରୁ ୫୦, ସମ୍ବଲପୁରରୁ ୧୦୦, ବରଗଡ଼ରୁ ୬୦, ନୂଆପଡ଼ାରୁ ୫୦, ବୌଦ୍ଧରୁ ୫୦, କଳାହାଣ୍ଡିରୁ ୭୦ ଯାତ୍ରା କରିଛନ୍ତି। ରାୟଗଡ଼ା ଷ୍ଟେସନରୁ ରାୟଗଡ଼ା ପୁଲିସ ଜିଲ୍ଲାରୁ ୮୦, ନବରଙ୍ଗପୁରରୁ ୮୦ ଓ କୋରାପୁଟରୁ ୮୦ ହୋମଗାର୍ଡ ଯାଇଛନ୍ତି। ସେମିତି ଅନ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍‌ ବାଲେଶ୍ବର ଷ୍ଟେସନରୁ ବାହାରିଛି। ବାଲେଶ୍ବର ଷ୍ଟେସନରୁ ବାଲେଶ୍ବର ଓ ମୟୁରଭଞ୍ଜରୁ ୧୦୦ ଲେଖାଏଁ, କଟକ ଷ୍ଟେସନରୁ କେନ୍ଦୁଝର ଓ ଯାଜପୁରରୁ ୭୦ ଜଣ ଲେଖାଏଁ ହୋମଗାର୍ଡ ଯାଇଛନ୍ତି। କେନ୍ଦ୍ରାପଡାରୁ ୫୦, ଢ଼େଙ୍କାନାଳରୁ୬୦, ଅନୁଗୁଳରୁ ୧୦୦ ଓ ନୟାଗଡ଼ରୁ ୫୦ ହୋମଗାର୍ଡ ରହିଛନ୍ତି। ବ୍ରହ୍ମପୁର ଷ୍ଟେସନରୁ ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ୧୦୦, ଗଞ୍ଜାମରୁ୧୦୦, ଗଜପତିରୁ୭୦ ଓ କନ୍ଧମାଳରୁ ୮୦ ‌ହୋମଗାର୍ଡ ଯାତ୍ରା କରିଛନ୍ତି। ଏମାନଙ୍କୁ ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଖାଇବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର