ଭୁବନେଶ୍ବର : ରାଜ୍ୟରେ ସମୁଦାୟ ୧୦୭୮ ପାରମ୍ପରିକ ଧାନ ବିହନ ରାଜ୍ୟ ବିହନ ପରୀକ୍ଷାଗାର ସ୍ଥିତ ଜିନ୍‌ ବ୍ୟାଙ୍କରେ ସଂରକ୍ଷିତ କରି ରଖାଯାଇଛି। ଏଥିରୁ କଳାଚମ୍ପା ଧାନ ବିହନକୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ପାରମ୍ପରିକ ଧାନ ବିହନ ନେଇ ବିଧାୟକ ସୌଭିକ ବିଶ୍ବାଳଙ୍କ ଅଣତାରକା ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି, ଚାଷୀମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ଅନ୍ୟବିହନଗୁଡ଼ିକୁ ମଧ୍ୟ ବିହନ ଶୃଙ୍ଖଳାକୁ ଆଣି ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି।