ସାମୁଦ୍ରିକ ବାତ୍ୟା ‘ଫନିର ମୁକାବିଲା ପାଇଁ ‘୧୦୮ ଆମ୍ବୁଲାନ୍ସ’କୁ ପ୍ରସ୍ତୁତ ରଖାଗଲା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବାକୁ ଯାଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ଏଥି ନିମନ୍ତେ ରାଜ୍ୟ ପ୍ରଶାସନ ଠାରୁ ଆରମ୍ଭକରି ସମସ୍ତ ଜରୁରୀକାଳୀନ ସେବା  ପ୍ରଦାନ କରୁଥିବା ବିଭାଗ ଗୁଡ଼ିକୁ ମଧ୍ୟ ସଜାଗ କରାଯାଇଛି । ଏହାକୁ ଦୃଷ୍ଟିରେରଖି ଜିକିତ୍ସା ହେଲଥ କେୟାର ଦ୍ୱାରା ପରିଚାଳିତ ୧୦୮ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ସବୁପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛି ।

ଏହି ସମ୍ପର୍କରେ ସୂଚନା ଦେଇ ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ବାତ୍ୟା ଫନିକୁ ନେଇ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହ ସହ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଛୁଟିକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବାତିଲ କରାଯାଇଥିବାବେଳେ ହେଡ଼କ୍ୱାର୍ଟରରୁ ବାହାରକୁ କାହାକୁ ନ ଯିବାକୁ କୁହାଯାଇଛି । ବାତ୍ୟାର ପ୍ରକୋପକୁ ଆଶଙ୍କାକରୀ ଆମ୍ବୁଲାନ୍ସ ଗମନାଗମନ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖାଯାଇଛି । ଗାଡି ଗୁଡିକୁ ସମ୍ଭାବିତ ଜଳବନ୍ଦୀ  ଅଞ୍ଚଳରୁ ଦୁରେଇ ଉଚ୍ଚା ସ୍ଥାନ ମାନଙ୍କରେ ରଖାଯାଇଛି । ବାତ୍ୟାରେ ମୋବାଇଲ ନେଟୱାର୍କ ବ୍ୟାଘାତ ଆଶଙ୍କାକରି ବିକଳ୍ପ ସୁରୂପ ଅଧିକ କିଛି ମୋବାଇଲ ନମ୍ବର ଆଣି ବିଭିନ୍ନ ସ୍ଥାନରେ ସହଜ ଯୋଗାଯୋଗ ପାଇଁ ପ୍ରଦାନ କରାଯାଇଛି । ଆହୁରୀ ମଧ୍ୟ ଜରୁରୀ କଲ୍ ଗୁଡ଼ିକ ରିସିଭ୍ କରିବା ପାଇଁ କଲ୍ ସେଣ୍ଟରରେ ୨୪ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।”

ସମ୍ବନ୍ଧିତ ଖବର