ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସକୁ ୯ବର୍ଷ ପୂରିଲା, ମାଗଣା ସେବା ପାଇଲେଣି ୭୫ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ବର : ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ନିଜର ୯ବର୍ଷ ପୂରଣ କରିଛି। ୨୦୧୩ ମସିହାରେ ମାଗଣା ଆମ୍ବୁଲାନ୍‌ସ ସେବା ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୭୫ଲକ୍ଷରୁ ଅଧିକ ଲୋକଙ୍କୁ ସେବା ମିଳିପାରିଛି। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ଜରୁରୀ ସମୟରେ ହସ୍ପିଟାଲରେ ପହଞ୍ଚାଇବାରେ ୧୦୮ ଆମ୍ବୁଲାନ୍‌ସର ପ୍ରମୁଖ ଭୂମିକା ରହିଛି।

ରାଜ୍ୟର ୩୦ ଜିଲ୍ଲାରେ ୧୧୨୪ଟି ୧୦୮ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି। ଏହାସହ ଜଳବନ୍ଦୀ ଓ ବିଭିନ୍ନ ଅଞ୍ଚଳର ଲୋକଙ୍କ ସେବା ପାଇଁ ୬ଟି ୧୦୮ ବୋଟ୍‌ ଆମ୍ବୁଲାନ୍‌ସ ସାମିଲ ହୋଇଛି। ୧୦୮ ଆମ୍ବୁଲାନ୍‌ସକୁ ରାଜଧାନୀର ଷ୍ଟେଟ୍‌ ଅଫ୍ ଦି ଆର୍ଟ ସୁବିଧା କେନ୍ଦ୍ରରୁ ପରିଚାଳନା କରାଯାଉଛି। ଇଣ୍ଟିଗ୍ରେଟେଡ୍‌ ସେଣ୍ଟରର ଅଧିକାରୀମାନେ ରୋଗୀଙ୍କ ଠିକ୍ ଲୋକସେନ୍‌କୁ ଚିହ୍ନଟ କରିବା ସହିତ ସେମାନଙ୍କ ନିକଟରେ ଉପଲବ୍ଧ ଆମ୍ବୁଲାନସ ପାଇବାରେ ସହଯୋଗ କରିଥାନ୍ତି। ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସେବା ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥକେୟାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ଗତ ୨ବର୍ଷ ଆମ୍ବୁଲାନ୍‌ସ ସେବା ବେଶ୍‌ ଆହ୍ମାନପୂର୍ଣ୍ଣ ଥିଲା। କୋଭିଡ ସତ୍ତ୍ବେ ଆମ୍ବୁଲାନ୍‌ସର କ୍ର୍ୟୁ ସଦସ୍ୟମାନେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ଅସାଧାରଣ ନିଷ୍ଠା ଦେଇଥିବା ସେ କହିଛନ୍ତି।

ଅପରପକ୍ଷରେ ୧୦୮ ଆମ୍ବୁଲାନ୍‌ସ ଅନେକ ସମୟରେ ବିବାଦରେ ରହି ଆସିଛି। ଅନେକ ଆମ୍ବୁଲାନ୍‌ସ କ୍ର୍ୟୁ ସଦସ୍ୟ ମଧ୍ୟ ଜରୁରୀ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇ ପାରିଛନ୍ତି। ସେହିପରି ଲୋକମାନେ ମଧ୍ୟ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ଅଯଥାରେ ଲାଇନ୍ ବ୍ୟସ୍ତ ରଖୁଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର