ଭୁବନେଶ୍ୱର : ଆସନ୍ତା ୨୦ ଓ ୨୧ ତାରିଖରେ ବିଜେପୁରରେ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ‘ଓଡ଼ିଶା ଆମ୍ବୁଲାନ୍ସ ସର୍ଭିସ୍ ଏମ୍ପ୍ଲଇଜ୍ ୟୁନିଅନ୍’ ପକ୍ଷରୁ ଓଡ଼ିଶାର ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପ୍ରତିବାଦ କରିବେ। ସମ୍ବଲପୁର ଆର୍ଡିସିଙ୍କ କାର୍ଯ୍ୟାଳୟ ନିକଟରେ ଆଜକୁ ୬୨ ଦିନ ହେବ ଆନ୍ଦୋଳନରେ ବସିଥିଲେ ମଧ୍ୟ କର୍ମଚାରୀମାନଙ୍କ ଦାବି ବୁଝିବାକୁ ସରକାର ବିଫଳ ହୋଇଛନ୍ତି। ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ତେଣୁ ଆସନ୍ତା ୨୦ରେ ଦାବି ଜଣାଇବା ପାଇଁ କର୍ମଚାରୀମାନେ ଏକାଠି ହେବେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସରକାର ଆମ ସମସ୍ୟା ବୁଝିବାକୁ ଅସମର୍ଥ ହେଲେ ସମସ୍ତ କର୍ମଚାରୀ ବିଜେପୁର ସଭାସ୍ଥଳରେ ସରକାରଙ୍କ ବିଫଳତା ପ୍ରଚାର କରିବେ ବୋଲି ସଂଘର ସମ୍ପାଦକ ଗଗନ ବିହାରୀ ସାମଲ ସୂଚନା ଦେଇଛନ୍ତି।
୨୦ରେ ବିଜେପୁର ସଭାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତିବାଦ
/sambad/media/post_attachments/wp-content/uploads/2018/02/Ambulance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)