ପାପଡାହାଣ୍ଡି : ଅଧା ରାସ୍ତାରେ ଖରାପ ହୋଇ ଅଟକି ୧୦୮ ଆମ୍ବୁଲାନ୍ସ, ରୋଗୀ ହନ୍ତସନ୍ତ

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମହେନ୍ଦ୍ରୀ ନିକଟରେ ରାଜପଥଠାରେ ଆମ୍ବୁଲାନ୍ସ ଅଟକି ରୋଗୀ ହନ୍ତସନ୍ତ । ରବିବାର ଏକ ୧୦୮ ଆମ୍ବୁଲାନ୍ସ ଝରିଗାଁ ବ୍ଲକ ଏକମ୍ବା ଗ୍ରାମର ବିଭୀଷଣ ଭତରାକୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ନେବା ସମୟରେ ଆମ୍ବୁଲାନ୍ସ ଖରାପ ହୋଇଥିଲା । ସେ ଗତ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ହୋଇ ଉମରକୋଟ ଡାକ୍ତରଖାନା ଖାନାରେ ଭର୍ତି ହୋଇଥିଲେ। ରବିବାର ଅଧିକା ଚିକିତ୍ସା ଲାଗି ତାଙ୍କୁ ୧୦୮ ଗାଡି ନମ୍ବର ଓଡି ୦୨ ଏନ୍‌୪୨୦୬ରେ ସ୍ଥାନାନ୍ତରଣ କରାଯାଇଥିଲା । କିନ୍ତୁ ମହେନ୍ଦ୍ରୀ ନିକଟରେ ଗାଡି ଖରାପ ହୋଇଯାଇଥିଲା। ଚେଚିସରେ ଫାଟ ଦେବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡି ଆଉ ଗଡିନଥିଲା | ଏପଟେ ଯନ୍ତ୍ରଣାରେ ଛଟ ପଟ ହୋଇ ପଡିରହିଥିଲେ ବିଭୀଷଣ। ଆମ୍ବୁଲାନ୍ସ ଡ୍ରାଏଭର ଅନ୍ୟ ଏକ ଆମ୍ବୁଲାନ୍ସକୁ ଜଣାଇଥିବା କହିଥିଲେ । ହେଲେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଆମ୍ବୁଲାନ୍ସରେ ସେ ପଡି ରହିଥିଲେ । ପରେ ଅନ୍ୟ ଏକ ଗାଡ଼ିରେ ବିଭୀଷଣଙ୍କୁ ସ୍ତାନାନ୍ତରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର