ଅଧା ରାଜ୍ୟରେ ଶହେରୁ ଅଧିକ କରୋନା ଆକ୍ରାନ୍ତ: ଦିନକରେ ୧୦୮ ଚିହ୍ନଟ, ୧୨୦ ରୋଗୀ ସୁସ୍ଥ

କଟକ ଜିଲ୍ଲାରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ଏ ପର୍ଯ୍ୟନ୍ତ ୧୫ ଜିଲ୍ଲାରେ ଶହେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଆଉ ୧୨୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିହ୍ନଟ ୧୦୮ ରୋଗୀଙ୍କ ମଧ୍ୟରୁ ମାଲକାନଗିରିରେ ୨୧, ପୁରୀ ୧୫, ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୬, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୯ଜଣ ଲେଖାଏ, ଗଞ୍ଜାମ ୮, ଖୋର୍ଧା ଓ ଗଜପତିରେ ୭ଜଣ ଲେଖାଏ, କେନ୍ଦୁଝର ୫, ବାଲେଶ୍ବର ୪, ସୁନ୍ଦରଗଡ଼ରେ ୨, କଟକ, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ବରଗଡ଼ରେ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୯୫ଜଣ ସଙ୍ଗରୋଧ କେନ୍ଦ୍ର ଓ ୧୩ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ଜିଲ୍ଲାୱାରୀ ତାଲିକା ମଧ୍ୟ ବୃଦ୍ଧି ପାଇଛି। ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ଗଞ୍ଜାମ ଆଗରେ ଥିବା ବେଳେ ଏଠାରୁ ୬୯୮ଜଣ ଚିହ୍ନଟ ହୋଇଛନ୍ତି। ଏହାପରେ ଖୋର୍ଧା ୩୬୯, କଟକ ୩୪୩, ଯାଜପୁର ୩୪୧, ବାଲେଶ୍ବର ୨୧୬, କେନ୍ଦ୍ରାପଡ଼ା ୧୮୫, ଭଦ୍ରକ ୧୭୭, ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ ୧୭୪, ପୁରୀ ୧୭୦, ଜଗତସିଂହପୁର ୧୬୭, ବଲାଙ୍ଗୀର ୧୪୪, କନ୍ଧମାଳ ୧୩୭, ମୟୂରଭଞ୍ଜ ୧୨୧, ନୟାଗଡ଼ ୧୧, ଗଜପତିରେ ୧୦୬ ଜଣଙ୍କୁ ଚିହ୍ନଟ କରାଯାଇଛି।

ଆଜି ରାଜ୍ୟରେ ୧୨୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ୧୯ଜଣ ଯାଜପୁର, କଟକ ୧୫, ମୟୂରଭଞ୍ଜ ଓ ଖୋର୍ଧାର ୧୧ଜଣ ଲେଖାଏ, ନୂଆପଡ଼ା ୯, ସୁନ୍ଦରଗଡ଼ ୭, କନ୍ଧମାଳ ୬, ବଲାଙ୍ଗୀର ଓ ନୟାଗଡ଼ ୫ଜଣ ଲେଖାଏ, ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରେ ୪ଜଣ ଲେଖାଏ, କେନ୍ଦୁଝର, ଗଞ୍ଜାମ ଓ ପୁରୀରେ ୩ଜଣ ଲେଖାଏ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟରେ ୨ଜଣ ଲେଖାଏ ଓ ମାଲକାନାଗିରିରେ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ୨୯୭୪ଜଣ କରୋନା ରୋଗୀ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ସାରିଲେଣି। ଅପରପକ୍ଷରେ କଟକ ଜିଲ୍ଲାରେ ସର୍ବାଧିକ ୧୬୨ଜଣ ସକ୍ରିୟ ରୋଗୀ ଅଛନ୍ତି। ଏହାବାଦ୍ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୭୪, କନ୍ଧମାଳ ୧୦୧, ଖୋର୍ଧାରେ ୯୩, ଜଗତସିଂହପୁରରେ ୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର