ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ରରେ ରକ୍ତଦାନ ଶିବିର, ୧୦୮ ୟୁନିଟ ସଂଗୃହୀତ

ଚଣ୍ଡିଖୋଲ/ଛତିଆ: ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଛତିଆ ନିକଟ ବିଦ୍ୟାଧରପୁରସ୍ଥିତ ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର’, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଶପଥ’ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏହି ଶିବିରରୁ ୧୦୮ ୟୁନିଟ୍‌ ରକ୍ତ ସଂଗ୍ରହ କାରାଯାଇଥିଲା। କେନ୍ଦ୍ର ଅଧ୍ୟକ୍ଷ ସାଦିକ ହୁସେନ ସୟଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ମିହିର ପ୍ରତାପ ଦାସ, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଉପାଧ୍ୟକ୍ଷ ହରି କୁମାର କେକେ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ଯୋଗଦେଇଥିଲେ।

ଆମ-ଓଡ଼ିଶା ବଡ଼ଚଣା ବ୍ଲକ୍‌ ସଂଯୋଜକ ତଥା ଚଣ୍ଡିଖୋଲ ସମ୍ବାଦ ପ୍ରତିନିଧି ଭକ୍ତଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶପଥ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ବେହେରା ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ପ୍ରଶିକ୍ଷକ କୈଳାସ ଚନ୍ଦ୍ର ସାମଲ, କୁମୁଦ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ଗିରି, ସୁନୀଲ ସ୍ୱାଇଁ, ବିଜୟ ସ୍ୱାଇଁ, ବାଲାଜି ରାଉତ, ତ୍ରିଲୋଚନ ଜେନା, ରମାକାନ୍ତ ସାହୁ, ସାରଥି ଧଳ, ଉଷାରାଣୀ ସାହୁ, ଦୀପକ ପ୍ରଧାନ, ଛତିଆ ସମ୍ବାଦ ପ୍ରତିନିଧି ମୋହନ ଖିଲାର, ଶପଥ ଅନୁଷ୍ଠାନର ସଭାପତି ସତ୍ୟାନନ୍ଦ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ପ୍ରିୟ ଗୋବିନ୍ଦ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତି, ଯୁବ ସମାଜସେବୀ ରବି ନାରାୟଣ ଜେନା, ପ୍ରଭାସ ମଲ୍ଲିକ, ହାସ୍ୟ ଅଭିନେତା ପ୍ରଦୀପ କୁମାର ସାହୁ ଓ କଣ୍ଠଶିଳ୍ପୀ ଅଜୟ କୁମାର ଜେନା ପ୍ରମୁଖ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଡ. ସୁଧାଂଶୁ ଶେଖର ସାହୁ, ସଂଯୋଜକ ଅବିନାଶ ଦାସ, ଶେଷମୋହନ ଶତପଥୀ, ବିଜୟ କୁମାର ସ୍ୱାଇଁ, ଲକ୍ଷ୍ମୀଧର ପୃଷ୍ଟି ଓ କୀର୍ତ୍ତନ ଭାଇ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର