କରୋନାରୁ ସୁସ୍ଥ ହେବାରେ ଗଂଜାମର ଶତକୀୟ ରେକର୍ଡ, ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇଛନ୍ତି ୧୦୯ ଜଣ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରୁ ଯେପିରି ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସେହିପରି ସୁସ୍ଥ ହେବା କ୍ଷେତ୍ରରେ ମଧ୍ୟ ଏହି ଜିଲ୍ଲା ରେକର୍ଡ କରିଛି । ଜିଲ୍ଲାରୁ ଏପର୍ଯ୍ୟନ୍ତ ୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଆଜି ସକାଳୁ ସୁସ୍ଥ ହୋଇିବା ୩୦ ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୨୦ଜଣ ହେଉଛନ୍ତି ଗଂଜାମ ନିବାସୀ ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୫୭ ଜଣ ବ୍ୟକ୍ତି ସୁସ୍ଥ ହୋଇଥିଲେ । ଏଥିରୁ ଗଂଜାମ ଜିଲ୍ଲାରୁ ୪୦ ଜଣ ଥିଲେ ।ଗତ ୧୭ ତାରିଖରେ ରାଜ୍ୟରେ ପ୍ରଥମ ଥର ୩୦ ଜଣଙ୍କ ମଧ୍ୟରୁ ୨୮ ଜଣ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଥିଲେ । ସେହିଦିନ ଦ୍ୱିତୀୟ ଥର ୨୪ ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ଗଂଜାମ ଜିଲ୍ଲାର ଥିଲେ । ସେହିପରି ଗତ ୧୩ ତାରିଖରେ ରାଜ୍ୟରେ ୨୭ ଜଣ କରୋନା ରୋଗୀରୁ ସୁସ୍ଥ ହୋଇଥିଲେ । ଏଥିରୁ ଗଂଜାମ ଜିଲ୍ଲାରୁ ୨ ଜଣ ସାମିଲ ଥିଲେ ।

ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୧ ଲକ୍ଷ ୩୦୨ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୯୭୮ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୩୦୭ ଜଣ ସୁସ୍ଥ ହୋଇଥିବା ବେଳେ ୬୬୬ ଜଣ ଚିକିତ୍ସାଧୀନ ଅଛନ୍ତି । ପାଞ୍ଚ ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୬୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୧ ଜଣ, ଭଦ୍ରକ ଜିଲ୍ଲାରୁ ୯୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୪ ଜଣ, କେନ୍ଦ୍ରାପଡ଼ା ୩୮ ଜଣ, ପୁରୀ ୨୩ ଜଣ, ଜଗତସିଂହପୁର ୨୮ ଜଣ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭-୨୭ ଜଣ, ଅନୁଗୁଳ ଜିଲ୍ଲାରୁ ୧୭ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୧୦ ଜଣ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର