ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୦ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୪୯ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୮୩୩ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ୯୬୪ ଓ କଟକ ୮୮୫ ମାମଲା ଆସିଛି । ସେହିପରି ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଲାଙ୍ଗୀରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, କଳାହାଣ୍ଡିରୁ ୩୭୦, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 11th May
New Positive Cases: 10982
In quarantine: 6149
Local contacts: 4833(Details of local contacts will be shared by concerned Dist Administration)
District Wise Cases:
1. Angul: 539
2. Balasore: 303
3. Bargarh: 431
4. Bhadrak: 231
5. Balangir: 426— I & PR Department, Odisha (@IPR_Odisha) May 12, 2021
ମାଲକାନିଗିରିକୁ ଛାଡିଦେଲେ ଅନ୍ୟ ୨୮ଟି ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ମାଲକାନଗିରିରେ ୭୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ୫ ଲକ୍ଷ ୬୫ ହଜାର ୬୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୬୫ ହଜାର ୧୩୩ଜଣ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୯୮ ହଜାର ୨୩୦ଜଣ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୨୩୨ଜଣରେ ପହଂଚିଛି |