ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ୧୦ମ ପରାମର୍ଶଦାତା କମିଟି ବୈଠକ

ପୁରୀ : ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଦଶମ ପରାମର୍ଶଦାତା କମିଟି ବୈଠକ ଶନିବାର ଦିନ ପୁରୀର ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଡ. ରାଜୀବ ଚନ୍ଦ୍ରଶେଖରଙ୍କ ସହ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଯୋଗ ଦେଇଥିଲେ।

ବୈଠକରେ ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାରବିମର୍ଷ କରାଯାଇଥିଲା। ଏ ସଂପର୍କରେ ସାଂସଦମାନେ କହିଛନ୍ତି, ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହ ରୋଜଗାର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଦକ୍ଷତା ବୃଦ୍ଧି କ୍ଷେତ୍ରରେ କିଭଳି ଦେଶ ଆଗେଇ ପାରିବ, ସେ ଉପରେ ଆଜି ବିଚାରବିମର୍ଶ କରାଯାଇଥିଲା।

ସମ୍ବନ୍ଧିତ ଖବର