ଭୁବନେଶ୍ୱର : ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ଆନ୍ଧ୍ର ପ୍ରଦେଶରେ ବୋଲି ଉଲ୍ଲେଖ ହୋଇଛି। ଏଥିସହ ବାଲିମେଳା ତାପଜ ବିଦ୍ୟୁତ କେନ୍ଦ୍ର ସମ୍ପର୍କରେ ପୁସ୍ତକରେ କୌଣସି ତଥ୍ୟ ନଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଭଳି ତ୍ରୁଟି ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ବୋଲି ଓଡ଼ିଶା ଅଭିଭାବକ ମହାସଂଘ କହିଛି।

Advertisment

ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି ଯେ ଏହି ବ୍ୟତିକ୍ରମ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଓ ଶିକ୍ଷା ପ୍ରତି ବିଭାଗୀୟ ଦାୟିତ୍ୱ ହୀନତା ଓ ହୀନମନ୍ୟତାର ଜ୍ୱଳନ୍ତ ଉଦାହରଣ। ପିଲାଙ୍କୁ ଆମେ ଭୁଲ ତଥ୍ୟ ଦେଇ ପଢ଼ାଇବା ଦ୍ବାରା ଆମ ପିଲାମାନେ ସର୍ବଭାରତୀୟସ୍ତ ପ୍ରତିଯୋଗିତା ପରୀକ୍ଷାରେ କିଭଳି ସଫଳ ହେବେ? ଏହି ପାଠ୍ୟପୁସ୍ତକକୁ କିଏ ଲେଖିଥିଲା, ପ୍ରକାଶନ ଦାୟିତ୍ୱରେ କିଏ ଥିଲା। ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ପାଠ୍ୟ ପୁସ୍ତକ ପ୍ରସ୍ତୁତି ଦାୟିତ୍ୱ ଆଗରୁ ବରିଷ୍ଠ ଶିକ୍ଷକ ଓ ଶିକ୍ଷାବିତମାନଙ୍କୁ ଦିଆଯାଉଥିଲା। ମାତ୍ର ବର୍ତମାନ ସେହି ବ୍ୟବସ୍ଥା ନକରି କିଛି ସଂସ୍ଥାଙ୍କ ହାତରେ ଟେକି ଦିଆଯାଉଛି। ଏହାକୁ ଗୁରୁତ୍ୱ ଦେଇ ତ୍ରୁଟିକୁ ସୁଧାରିବାକୁ ‌ମହାସଂଘ ଦାବି ପରିଛି।