ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ହାଟମଇତା ପୁର ଗ୍ରାମ ପ୍ରଶାନ୍ତ ଜେନାଙ୍କ ପୁଅ ମହେଶ୍ୱର ଜେନା ମଇତାପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଏବେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ସୋମବାର ଇତିହାସ ଓ ଭୂଗୋଳ ପରୀକ୍ଷା ଥିଲା।
ମହେଶ୍ୱରଙ୍କ ମା’ ମାର୍କୋଣାରେ ଜଣଙ୍କ ଘରେ ରହି କାମ କରନ୍ତି। ମହେଶ୍ୱର ଦୁଇ ଦିନ ତଳେ ମା’ଙ୍କ ପାଖକୁ ଆସିଥିବା ବେଳେ ସୋମବାର ମାର୍କୋଣାରୁ ସାଇକେଲରେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ସିମୁଳିଆ କଲେଜ ନିକଟରେ ମହେଶ୍ୱରଙ୍କ ସାଇକେଲର ଚେନ୍ଟି ଛିଡି ଯାଇଥିଲା।
ଅଧିକ ପଢ଼ନ୍ତୁ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ୪ ଜଣଙ୍କୁ ତତ୍କାଳ ଆର୍ଥିକ ସହାୟତା
ସେ ତଳେ ପଡି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକ ଦେଖି ବାଇକରେ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଥିଲେ।
ସେତେବେଳକୁ ପରୀକ୍ଷା କେନ୍ଦ୍ରକୁ ଭିତରକୁ ଯିବା ପାଇଁ ବିଳମ୍ବ ହେଇଯାଇଥିବାରୁ ଶିକ୍ଷକମାନେ ତାଙ୍କୁ ଭିତରକୁ ଛାଡି ନଥିଲେ। ଫଳରେ ମହେଶ୍ୱର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଜୀବନ ହାରିବାର ଧମକ ଦେବାରୁ ଆଇଆଇଟି ବାବାଙ୍କୁ ଗିରଫ କଲା ପୁଲିସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)