ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ମନୋହରପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା (୧୫ )ଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ମୃତ୍ୟୁ ଘଟିଛି।
ମାନହୋରପୁର ପଞ୍ଚାୟତ ଆଖୁପାଳ ଗ୍ରାମର କୁଅଁର ଖଣ୍ଡା ଓ ଗୋଲାପ ଖଣ୍ଡାଙ୍କ ଏକ ମାତ୍ର ପୁଅ ଅଗସ୍ତିଙ୍କ ଅନଲାଇନ୍ କ୍ଲାସ ପାଇଁ ବାପା ମାଆ ପୁଅକୁ ଏକ ମୋବାଇଲ କିଣି ଦେଇଥିଲେ। ଅଗସ୍ତି ଅନଲାଇନ କ୍ଲାସ କରିବା ସହ ମୋବାଇଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳ ଖେଳୁଥିଲା । ପୁଅର ଏହି ମୋବାଇଲ ଖେଳ ପାଇଁ ମା' ଗୋଲାପ ବିରକ୍ତ ହେଉଥିଲେ । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୫ ଦିନ ପୂର୍ବରୁ ଅଗସ୍ତିର ମୋବାଇଲ୍ ଭାଙ୍ଗି ଯାଇଥିଲା। ଅନଲାଇନ୍ କ୍ଲାସ ଓ ମୋବାଇଲ ଖେଳ ନ ଖେଳି ପାରିବାରୁ ସେ ମନଦୁଃଖରେ ଥିଲା। ଠିକରେ ଖିଆ ପିଆ କରୁ ନଥିଲା । ୮ ଦିନ ପୂର୍ବରୁ ତାକୁ ଜ୍ଵର ଓ ବାନ୍ତି ହେଲା। ସେ ଦୁର୍ବଳ ହୋଇଯିବାରୁ ୨୬ ତାରିଖ ସନ୍ଧ୍ୟାରେ ହରିଚନ୍ଦନପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୨୭ ତାରିଖ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳେ ଗ୍ରାମରେ ଶବ ସତ୍କାର କରାଯାଇଥିଲା । ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଯୋଗୁଁ ଅଗସ୍ତିର ମୃତ୍ୟୁ ଘଟିଥିବା ପରିବାର ସଦସ୍ୟଙ୍କ ଠାରୁ ଖବର ମିଳିଛି । ଅଗସ୍ତିର ଅକାଳ ବିୟୋଗରେ ଆଜି ମନୋହରପୁର ହାଇସ୍କୁଲରେ ଅମର ଆତ୍ମାର ସତଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dead-new-indian-express-2.jpg)