ବ୍ରହ୍ମଗିରି/ବାଲୁଗା: ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ଲୁଣି ହ୍ରଦ ‘ଚିଲିକା’ରେ ଆଜି ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଚଳିତ ବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୧୨୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ରୁଷିଆ, ସାଇବେରିଆ, ହିମାଳୟ, ଅଷ୍ଟ୍ରେଲିଆରୁ ମଧ୍ୟ ସାମିଲ ଅଛନ୍ତି। ଚିଲିକା ହ୍ରଦକୁ ଚଳିତ ବର୍ଷ ଅଧିକ ପକ୍ଷୀ ଆସିଛନ୍ତି ଏହା ଗତବର୍ଷ ତୁଳନାରେ ପ୍ରାୟ ୫୭ ଲକ୍ଷ ଅଧିକ ବୋଲି ଜଣାପଡ଼ିଛି। ଚିଲିକା ହ୍ରଦର ଅନ୍ୟତମ ଆକର୍ଷଣୀୟ କ୍ଷେତ୍ର ‘ନଳବଣ’ରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଛି।
ସୂଚନା ଅନୁସାରେ ଚିଲିକା ହ୍ରଦରେ ପକ୍ଷୀ ଗଣନା ପାଇଁ ୩ଟି ଜୋନ୍ କରାଯାଇଥିଲା। ବ୍ରହ୍ମଗିରି ଜୋନ୍ରେ ୪ଟି ଟିମ୍ ମୁତୟନ ହୋଇଥିଲେ। ଅନ୍ୟ ୨ଟି ଜୋନ୍ରେ ମଧ୍ୟ ପକ୍ଷୀଗଣନାକାରୀ ଥିଲେ। ପକ୍ଷୀଗଣନା କାର୍ଯ୍ୟରେ ମୋଟ୍ ୨୧ ଟିମ୍ ନିଯୋଜିତ ଥିଲେ। ଏଥିରେ ୧୪୭ ଗଣନାକାରୀ ଥିଲେ। ଡିଏଫ୍ଓ ପି ରାମସ୍ବାମୀ ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/01/1617770f-98b4-4d60-b8e8-93f6b718fc8f-1.jpg)