ଓଡ଼ିଶାରେ ସଂରକ୍ଷିତ କୀର୍ତ୍ତିରାଜିରୁ ମିଳିଛି ୧୧.୫୬ କୋଟି

ଭୁବନେଶ୍ବର : ଓଡ଼ିଶାରେ ଏଏସ୍‌ଆଇ ଅଧୀନରେ ୮୦ଟି ସଂରକ୍ଷିତ କୀର୍ତ୍ତିରାଜି ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିରୁ ୧୧.୫୬ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପରିମାଣ ଥିଲା ୩.୩୪ କୋଟି ଟଙ୍କା। ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡି ଏହି ସୂଚନା ଦେଇଛନ୍ତି। ସଂରକ୍ଷିତ କୀର୍ତ୍ତିରାଜିରୁ ମିଳୁଥିବା ଅର୍ଥ କ‌ନ୍ସୋଲିଡେଟେଡ୍‌ ଫଣ୍ଡ୍‌ସ୍‌ ଅଫ୍‌ ଇଣ୍ଡିଆରେ ଜମା କରାଯାଏ।

ସମ୍ବନ୍ଧିତ ଖବର