ଭବାନୀପାଟଣା କାଳୀମନ୍ଦିର ପଡ଼ାରେ ଡ୍ୟୁଟି ସମୟରେ କୋଭିଡ ଯୋଦ୍ଧା ପୁଲିସକୁ ଆକ୍ରମଣ ଘଟଣା : ଟାଉନଥାନା ପକ୍ଷରୁ ୧୧ ଜଣଙ୍କୁ ଗିରଫ କଲା ପୁଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର କାଳୀମନ୍ଦିର ପଡାଠାରେ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଆଜି ୧୧ ଜଣଙ୍କୁ ଗିରଫ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଭବାନୀପାଟଣା ସହରରେ ପ୍ରଶାସନ ପକ୍ଷରୁ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ସଟଡାଉନ ଘୋଷଣା କରାଯାଇଥିଲା। ସଟଡାଉନ ସମୟରେ ଗତକାଲି ରାତିରେ ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମକୁ କାଳୀମନ୍ଦିର ପଡା ଠାରେ ମଦ ବିକ୍ରି ହୋଉଥିବା ସୂଚନା ଦେଇଥିଲେ । ଖବର ପାଇ ଟାଉନଥାନାର ପିସିଆର ଉକ୍ତ ସ୍ଥାନକୁ ଆସିଥିଲା । ଘଟଣାସ୍ଥଳରେ କିଛି ଯୁବକ ମଦ ପିଉଥିବା ଓ ମଦ ବିକ୍ରି କରୁଥିବା ଲୋକକୁ ଆୟତ କରିବା ସମୟରେ ଯୁବକମାନେ ସଙ୍ଗବଦ୍ଧ ଭାବରେ ପୁଲିସ ଉପରେ ଆକ୍ରମଣ କରିଥିଲେ ।

ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ଅଂଚଳରେ ବର୍ଷବର୍ଷ ଧରି ମଦ କାରବାର ଚାଲିଥିବା ବେଳେ ଅନେକ ସମୟରେ ବହୁ ଲୋକ ଗିରଫ ମଧ୍ୟ ହୋଇଛନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ପଡାବାସି ମଧ୍ୟ ପ୍ରଶାସନକୁ ଜଣେଇଛନ୍ତି। କୋଭିଡ ସମୟରେ ଦିନ ରାତି ପରିବାରବର୍ଗକୁ ଛାଡି କୋଭିଡ ଯୋଦ୍ଧାମାନେ ଲୋକଙ୍କ ସେବାରେ ନିୟୋଜିତ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣକୁ ସାଧାରଣରେ ତୀଵ୍ର ନିନ୍ଦା କରାଯାଇଛି । ଭବାନୀପାଟଣା ଟାଉନ ପୁଲିସ ଅଧିକାରୀ ସତ୍ୟ କୁମାର ନନ୍ଦଙ୍କ ସୂଚନା ଅନୁସାରେ କେସ ନଂ ୧୯୬/୨୦ ଦଫା ୧୪୭, ୧୪୮, ୨୬୯, ୨୭୦, ୧୮୮, ୨୯୪, ୩୨୩, ୩୨୫, ୩୩୨, ୩୪୧, ୩୫୩, ୪୨୭, ୩୦୭, ୫୦୬, ୧୪୯, ଆରଏନଡବ୍ଲୁ ସେକସନ ୨୫, (୧)(ଏ) ଆର୍ମସ ଆକ୍ଟ / ୫୧ ଡିଜାର୍ଟ ମ୍ୟାନେଜମେଣ୍ଟ ଆକ୍ଟ / ୭ ସିଆର, ଏଲଏ ଆକ୍ଟରେ କାଳୀମନ୍ଦିର ପଡାର ପୁରୁଷୋତ୍ତମ ମେହେର (୪୫), କିଶୋର ଜାଲ(୫୦), ଲକ୍ଷ୍ମଣ ରାଉତ(୩୪), ସୁରେନ୍ଦ୍ର ବାଗ, (୪୫), ରାଜେଶ ମେହେ(୩୧) ଅବଦୁଲ ବସିର(୩୨), ଶ୍ରୀରାମ ଶାହାଣୀ(୩୫), ତ୍ରିଭୂବନ ନିଆଲ(୨୨), କାର୍ତ୍ତିକ ବାଗ(୨୬), ଡୁଲୁ ବାଗ(୩୧) ଓ ଡ଼ମ୍ବରୁ ବାଗ(୨୬) ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଏହାର ଅଧିକ ତଦନ୍ତ କରାଯିବ ଓ ଦୋଷୀଙ୍କୁ ଠିକ ଦଣ୍ଡ ଦିଆଯିବା ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର