ବିବାଦୀୟ ପୁସ୍ତିକା ବାଣ୍ଟି ୧୧ ଗିରଫ

ପାରଳାଖେମୁଣ୍ଡି : ଧର୍ମ ବିରୋଧୀ ପୁସ୍ତକ ବଣ୍ଟନ ଅଭିଯୋଗରେ ପାରଳା ପୁଲିସ ୧୧ଜଣିଆ ଗ୍ୟାଙ୍ଗ୍‌କୁ ଗିରଫ କରିଛି। ଗିରଫମାନେ ହେଲେ, ଶ୍ରୀକାକୁଲମ୍ ଜିଲ୍ଲା ନାରସେନାପେଟା ଥାନା ଅନ୍ତର୍ଗତ ତାଲା ସମୁଦ୍ରମ୍ ଗାଁର ପି.ଭାଗ୍ୟଲକ୍ଷ୍ମୀ(୪୮), ଡି.ଜ୍ୟୋତି(୪୦), ପି.ଶ୍ରୀନିବାସ(୩୧), ଜେ.ଧନ୍ବନ୍ତରା(୨୩), ପିବାଡା ଗାଁର ଡି.ତେଜାମ୍ମା(୪୫), ନାରସେନାପେଟା ଗାଁର ଟି.ମୋନିକ୍(୨୦), ଟି.ପ୍ରତାପ(୨୦), କୋଟାବୋମାଲି ଥାନା ଅନ୍ତର୍ଗତ ସାନ୍ତାବୋମାଲି ଗାଁର ଟି.କୋମାଲି(୨୦), ଆକାଲୁତାମ୍ପରା ଗାଁର ଜି.ଗୋପାଳକ୍ରିଷ୍ଣା(୪୦), ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଅନୁକୁଣ୍ଡା ଗାଁର ବି.ରଜନୀ(୩୫) ଏବଂ ବି.ରବି(୪୨)। ଏ ନେଇ କେସ୍‌ ନଂ ୧୧୪/୨୩ରେ ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଜନୈକ ଆତ୍ମଘୋଷିତ ବାବାଙ୍କ ପ୍ରଚାର ପାଇଁ ଅଭିଯୁକ୍ତମାନେ ରାସ୍ତାକଡ଼ରେ କିଛି ବହି ବାଣ୍ଟିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର କିଛି ସଦସ୍ୟ ଏହାକୁ ବିରୋଧ କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ବଜରଙ୍ଗ ଦଳର ସଦସ୍ୟ ଗାଡ଼ି ସହ ପୁସ୍ତିକାଗୁଡ଼ିକୁ ଥାନା ଜିମା ଦେବା ସହ ବହିର ଲେଖକ ଓ ପ୍ରକାଶକଙ୍କ ବିରୋଧରେ ଏତଲା ଦେଇଥିଲେ। ଏହା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର